ତାଜା ଖବର
  • Home
  • Other
  • ଅସହାୟ ମହିଳାଙ୍କୁ ଆର୍ଥିକ ସହାୟତା ପାଇଁ ଆୟୋଜିତ ହେଲା ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ
Other ଖେଳ ତାଜା ଖବର ରାଜ୍ୟ

ଅସହାୟ ମହିଳାଙ୍କୁ ଆର୍ଥିକ ସହାୟତା ପାଇଁ ଆୟୋଜିତ ହେଲା ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ

ବୌଦ୍ଧ / ଏରନ୍ ନ୍ୟୁଜ / ୩୧- ୧୦ ଫ୍ରେଣ୍ଡସିପ କ୍ଲବ ପକ୍ଷରୁ ଜଣେ ଅସହାୟ ମହିଳାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନିୟ ଇନଡୋର ଷ୍ଟାଡିୟମ ଠାରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରାଯାଇଛି । ଆଜି ସଂଧ୍ୟାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନର ସଭାପତି ସୁନ୍ଦରପ୍ରକାଶ ଅଗ୍ରୱାଲା ଓ ସମ୍ମାନିତ ଅତିଥିଭାବେ ଅନୁଷ୍ଠାନର ପରାମର୍ଶଦାତା ଆଇନଜୀବୀ ଅଶୋକ ସାହୁ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ୨୦ଟି ଦଳ ଭାଗ ନେଇଛନ୍ତି । ରବିବାର ଏହି ଟୁର୍ଣ୍ଣାମେଣ୍ଟ ଶେଷହେବ । ଅନୁଷ୍ଠାନର ସଭାପତି ସୁମନ ଷଡଙ୍ଗୀ , ସଂପାଦକ ତୋଫାନ ପରୀଡା ଓ ଅନ୍ୟମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରୁଛନ୍ତି । ଆଜିର ମ୍ୟାଚକୁ ଜାତୀୟ ଫୁଟବଲ ରେଫରୀ ଲେଲିନ ମହାନ୍ତି ଓ ବଦ୍ରି ନାରାୟଣ ମିଶ୍ର ପରିଚାଳନା କରିଥିଲେ ।
( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧରେ ୯ ଜଣ ଓ ରାଜ୍ୟରେ ୧୬୦୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ସଂଖ୍ୟା ୩୩,୪୭୯ କୁ ବୃଦ୍ଧି

Aren News

ବୌଦ୍ଧ: ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ବିଜେପିର ଦାବୀ, ନହେଲେ ପଡିବ ତାଲା

Aren News

ଉମା ଗ୍ରାମ ପଂଚାୟତ ଦୁର୍ନୀତି ର ତଦନ୍ତ ବଦଳରେ ସମାଧାନ କରି ଫେରିଲେ ବିଡ଼ିଓ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |