ତାଜା ଖବର
  • Home
  • ଅନ୍ୟାନ୍ୟ
  • ଯୁବ ବ୍ୟବସାୟୀ ରାଜା ଓ ଡା. ବିଶ୍ୱନାଥ ରାଉତଙ୍କ ଆତ୍ମାର ସଦଗତି ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା
ଅନ୍ୟାନ୍ୟ ଜୀବନଚର୍ଯ୍ୟା ତାଜା ଖବର ରାଜ୍ୟ

ଯୁବ ବ୍ୟବସାୟୀ ରାଜା ଓ ଡା. ବିଶ୍ୱନାଥ ରାଉତଙ୍କ ଆତ୍ମାର ସଦଗତି ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

ବୌଦ୍ଧ / ଏରନ୍ ନ୍ୟୁଜ / ୩୧- ୧୦ ବୌଦ୍ଧ ସହରର ଯୁବ ବ୍ୟବସାୟୀ ରାଜାର ହତ୍ୟାକୁ ନେଇ ସମଗ୍ର ସହର ସ୍ତମ୍ବିଭୁତ ହୋଇଯାଇଛି । ତାର ଆତ୍ମାର ସଦଗତି କାମନା କରି ଯୁବକ ସମାଜ ପକ୍ଷରୁ ଏକ କ୍ୟାଣ୍ଡେଲ ର‌୍ୟାଲି ସହରର ଏନଏସି ଛକ ଠାରୁ ବାହାରି ସହର ପରିକ୍ରମା କରି ଗାନ୍ଧିଛକ ଠାରେ ସମବେତ ହୋଇ ଦୁଇ ମିନିଟ ନିରବ ପ୍ରାର୍ଥନା କରି ଅମର ଆତ୍ମାର ସଦଗତି କାମନା କରିଥିଲେ । ସେହିପରି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅନ୍ୟତମ ତଥା ଲୋକପ୍ରିୟ ଶିଶୁ ରୋଗ ବିଶେଷଜ୍ଞ ଡା. ବିଶ୍ୱନାଥ ରାଉତଙ୍କ ପରଲୋକରେ ଜିଲାବାସୀ ମର୍ମାହତ ହୋଇଛନ୍ତି । ଡା. ରାଉତ ବୌଦ୍ଧ କୋଭିଡ ହେଲ୍‌ଥ ସେଂଟରର ଦାୟିତ୍ୱରେ ରହିବା ସହ କୋଭିଡ ଆଇସିୟୁର ମଧ୍ୟ ମୁଖ୍ୟ ଦାୟିତ୍ୱରେ ରହି ଶହଶହ କୋଭିଡ ରୋଗୀଙ୍କୁ ଭଗବାନ ସାଜି ସୁସ୍ଥ କରିଥିଲେ । ତାଙ୍କର ଅମର ଆତ୍ମାର ସଦଗତି କାମନା କରି ଆଜି ସନ୍ଧ୍ୟାରେ ଡାକ୍ତର , ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏବଂ ସାଧାରଣ ନାଗରିକମାନେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରି ସହର ପରିକ୍ରମା କରି ନିରବ ପ୍ରାର୍ଥନା କରି ଅମର ଆତ୍ମାର ସଦଗତି କାମନା କରିଥିଲେ ।
( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Download  Android App ( Click here )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧରେ ୯ ଜଣ ଓ ରାଜ୍ୟରେ ୨୯୯୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ , ଆକ୍ରାନ୍ତଙ୍କ ସଂଖ୍ୟା ୭୮୫୩୦ କୁ ବୃଦ୍ଧି

Aren News

ବୌଦ୍ଧ ଜିଲାରେ କରୋନା ବିସ୍ଫୋରଣ, ଦିନକରେ ୭୦ ଜଣ ଓ ରାଜ୍ୟରେ ୬୫୯୯ ଜଣ କରୋନା ପଜିଟିଭ ଚିହ୍ନଟ

Aren News

ବୌଦ୍ଧ ଜିଲ୍ଲା ମନମୁଣ୍ଡାରୁ ବାଘ ଶିକାରୀ କୁ ଗିରଫ କଲା ଏସଟିଏଫ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |