ବୌଦ୍ଧ / ଏରନ୍ ନ୍ୟୁଜ / ୨୬ -୧୦ ବୌଦ୍ଧ ଜିଲ୍ଲାରେ ଆଜି ୧୨ ଜଣ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୧୨ ଜଣଙ୍କ ମଧ୍ୟରୁ ସର୍ବାଧିକ ରା଼ମ୍ଭିକଟା ଓ ବଡ଼ ଛପାପାଲୀରୁ ୨ ଜଣ ରହିଥିବା ବେଳେ କଣ୍ଟାମାଳ, ବାଣିଭୁଷଣପୁର, ବଘିଆବାହାଲ୍ , ତଲପଡା ଓ ଦରୀଗୁଭାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ଅନ୍ୟ ତିନିଜଣ ବ୍ୟକ୍ତି ଜିଲ୍ଲା ବାହାରେ ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି । ଆଜିର ଚିହ୍ନଟଙ୍କୁ ମିଶାଇଲେ ଜିଲାରେ କରୋନା ପଜିଟିଭଙ୍କ ସଂଖ୍ୟା ୨୪୮୪ କୁ ବୃଦ୍ଧି ପାଇଥିବା ସରକାରୀ ଭାବେ କୁହାଯାଇଛି ।
ଆଜି ରାଜ୍ୟର ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୪୮୦ କରୋନା ପଜିଟିଭ୍ । ନୂଆ ୧୪୮୦ ଆକ୍ରାନ୍ତଙ୍କ ମଧ୍ୟରୁ ୮୫୮ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୬୨୨ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୨୬୯୫ କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ମୋଟ୍ ୨୬୪୧୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୨୮୧ ରହିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
District Wise Cases:
1. Angul: 141
2. Balasore: 84
3. Bargarh: 49
4. Bhadrak: 24
5. Balangir: 44
6. Boudh: 12
7. Cuttack: 106
8. Deogarh: 11
9. Dhenkanal: 25
10. Gajapati: 6
11. Ganjam: 20
12. Jagatsinghpur: 72
13. Jajpur: 56
14. Jharsuguda: 50
15. Kalahandi: 24
16. Kandhamal: 7
17. Kendrapada: 51
18. Keonjhar: 87
19. Khurda: 110
20. Koraput: 39
21. Malkangiri: 23
22. Mayurbhanj: 113
23. Nawarangpur: 40
24. Nayagarh: 28
25. Nuapada: 44
26. Puri: 47
27. Rayagada: 8
28. Sambalpur: 29
29. Sonepur: 14
30. Sundargarh: 90
31. State Pool: 26
( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
Download Android App ( Click here )
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Whats-app = 9178482265 Mail-Id