ତାଜା ଖବର
  • Home
  • Other
  • ଉଚ୍ଚ ରକ୍ତଚାପରେ ବ୍ୟାୟାମ , ନିଜକୁ ସୁସ୍ଥ ରଖିବାର ସରଳ ଉପାୟ
Other ଜୀବନଚର୍ଯ୍ୟା ତାଜା ଖବର ଦେଶ- ବିଦେଶ ରାଜ୍ୟ

ଉଚ୍ଚ ରକ୍ତଚାପରେ ବ୍ୟାୟାମ , ନିଜକୁ ସୁସ୍ଥ ରଖିବାର ସରଳ ଉପାୟ

ବର୍ତମାନ ସମୟରେ ରକ୍ତଚାପ ଏକ ସାଧାରଣ ସମସ୍ୟା ଭାବେ ଦେଖାଗଲାଣି। ମସଲାଯୁକ୍ତ ଖାଦ୍ୟ, କାମ ଚାପ ଓ ମୋଟାପଣ ଏହାର ପ୍ରମୁଖ କାରଣ ହୋଇଥାଏ। ଧ୍ୟାନ , ଯୋଗ ଓ ବ୍ୟାୟାମ କଲେ ଉଚ୍ଚ ରକ୍ତଚାପ ରୋଗୀ ନିଜକୁ ସୁସ୍ଥ ରଖିବା ପାଇଁ ବେଶି ଫଳପ୍ରଦ ହୋଇଥାଏ । ଉଚ୍ଚ ରକ୍ତଚାପ ଥିବା ରୋଗୀମାନଙ୍କୁ ଦିଆଯାଉଥିବା ଔଷଧ ଯେତିକି ଫଳପ୍ରଦ ହୋଇଥାଏ ବ୍ୟାୟାମ ପୂରା ସମାନ ପ୍ରଭାବ ଦେଇଥାଏ ବୋଲି ଗବେଷକମାନେ ଗଷେବଷଣା କରି ଜାଣିବାକୁ ପାଇଛନ୍ତି। ନିୟମିତ ବ୍ୟାୟାମ କରିବା ଦ୍ୱାରା ଉଚ୍ଚ ରକ୍ତଚାପ ରୋଗୀମାନେ ସୁରକ୍ଷିତ ସ୍ଥରକୁ ସହଜରେ ଆସିପାରିବେ ବୋଲି ସୂଚନା ରହିଛି। କେତେକ ଆରୋବିକ୍ସ ବ୍ୟାୟାମ ଯେମିତିକି ଚାଲିବା, ସାଇକେଲ ଚଳାଇବା, ପାଣିରେ ସନ୍ତରଣ କରିବା କିମ୍ବା ନାଚିବା ଆଦି ମଧ୍ୟ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ। ଏହିପରି ବ୍ୟାୟାମ ରୀତିମତ ଭାବେ ଅଭ୍ୟାସ କରି କରିଲେ ରକ୍ତଚାପକୁ ଚୁଟ୍‌କିରେ ନିୟନ୍ତ୍ରଣରେ ରଖା ଯାଇପାରେ ବୋଲି ଜାଣିବାକୁ ମିଳିଛି। ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ମସ୍ତିଷ୍କକୁ ସ୍ଥିର ରଖିବା ନିତାନ୍ତ ଆବଶ୍ୟକ। ସେଥିପାଇଁ ସଂଗୀତ ପ୍ରତି ରୁଚି ରଖିବା ଖୁବ୍ ଭଲ। ଗୀତ ଶୁଣିଲେ ମନ ଯେତିକି ସ୍ଥିର ରହିଥାଏ ତାହା ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ଯଥେଷ୍ଟ।

( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Download our  Android App by using the Link

https://mega.nz/file/tLgUDAIB#Rm-pp9o8L8eoQiWr888XX7MZZj_fuff6VdIAWCMksj8

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Visit / share / like/ subscribe our channel for News & Views

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧ : ପ୍ରବାସୀ ଶ୍ରମିକଙ୍କ ବସ ଧକ୍‌କାରେ ବାଇକ ଆରୋହୀ ମୃତ

Aren News

ବାଲେଶ୍ୱର ନିର୍ବାଚନ: ୯୧ବର୍ଷୀୟ ବେଣୁ ମଉସାଙ୍କୁ ନେଇ ଏବେ ବିଜେଡ଼ି ଓ ବିଜେପି ଛାନିଆଁ

Aren News

୫୦୦୦ ଟଙ୍କା ଲାଞ୍ଚ ମାଗି ଭିଜିଲାନ୍ସ ଜାଲରେ ଆରଆଇ

Simun Naik

ଏକ ମନ୍ତବ୍ୟ ଛାଡନ୍ତୁ |