ତାଜା ଖବର
  • Home
  • Other
  • ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍‌ ମିଶନ “ସୁଜଳ” ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ଉଦ୍ଘାଟିତ
Other ଜୀବନଚର୍ଯ୍ୟା ତାଜା ଖବର ରାଜନୀତି ରାଜ୍ୟ

ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍‌ ମିଶନ “ସୁଜଳ” ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ଉଦ୍ଘାଟିତ

ଭୁବନେଶ୍ବର / ଏରନ୍ ନ୍ୟୁଜ / ୧୩-୧୦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଓ ପୁରୀରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍‌ ମିଶନ “ସୁଜଳ” ର ଲୋକାର୍ପିତ କରିଛନ୍ତି। ଏହି ମିଶନ କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ। ଏହାଦ୍ବାରା ଲୋକମାନେ ସିଧାସଳଖ ଟ୍ୟାପ୍‌ରୁ ପାଣି ଆଣି ପିଇ ପାରିବେ। ରାଜ୍ୟରେ ସବୁ ଅଞ୍ଚଳରେ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ। ଭୁବନେଶ୍ବରର ସାଲିଆ ସାହି ଓ ପୁରୀର ମଶାଣୀଚଣ୍ଡୀରେ ଏହି କାର୍ଯ୍ୟକ୍ରମ ଲୋକାର୍ପିତ ହୋଇଥିଲା। ଜଳସାଥିମାନଙ୍କୁ ଜଳର ମାନ ପରୀକ୍ଷା ଯନ୍ତ୍ର ପ୍ରଦାନ କରାଯାଇଥିଲା ଏବଂ ପାଣି ପାଇପ୍ ମିସ୍ତ୍ରୀଙ୍କୁ ପ୍ରଶିକ୍ଷଣ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଗୋପାଳପୁର, ଦିଗପହଣ୍ଡି ଓ କାଶୀନଗରରେ ସବୁ ଘରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଦଶଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହର ମଧ୍ୟରେ ଶତ ପ୍ରତିଶତ ପାଇପ ପାଣି ସବୁ ଘରକୁ ସଂଯୋଗ କ୍ଷେତ୍ରରେ ଭୁବନେଶ୍ବର ଦେଶର ପ୍ରଥମ ସହର ହୋଇଛି। ମାର୍ଚ୍ଚ ୨୦୨୨ ସୁଦ୍ଧା ରାଜ୍ୟର ସହରାଞ୍ଚଳର ସବୁ ଘରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ କ୍ଷେତ୍ରରେ ଓଡିଶା ଦେଶର ପ୍ରଥମ ରାଜ୍ୟ ହେବ।   ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Download our  Android App by using the Link

https://mega.nz/file/tLgUDAIB#Rm-pp9o8L8eoQiWr888XX7MZZj_fuff6VdIAWCMksj8

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Visit / share / like/ subscribe our channel for News & Views

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବାଙ୍କୀ : ମହାନଦୀ ସେତୁ ଉପରୁ ଡେଇଁଲେ ଯୁବତୀ , ଯୁବତୀଙ୍କ ସନ୍ଧାନ ମିଳୁନାହିଁ

Aren News

ରାଜ୍ୟର ଦୁଇଟି ଜିଲା ରେ ବଜ୍ରପାତ ଦ୍ୱାରା ୬ ଜଣଙ୍କର ମୃତ୍ୟୁ

Aren News

କଟକରେ କୋଭିଡ ସଂକ୍ରମଣ ସ୍ଥିତି : ସମୀକ୍ଷା କଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ ମହାପାତ୍ର

Aren News

ଏକ ମନ୍ତବ୍ୟ ଛାଡନ୍ତୁ |