ତାଜା ଖବର
  • Home
  • Other
  • ସମାଜ ପରିବର୍ତନରେ ଶିକ୍ଷକଙ୍କ ଭୂମିକା ନେଇ ଆଲୋଚନାଚକ୍ର
Other ଜୀବନଚର୍ଯ୍ୟା ତାଜା ଖବର ରାଜ୍ୟ ସାହିତ୍ୟ ଓ ସଂସ୍କୃତି

ସମାଜ ପରିବର୍ତନରେ ଶିକ୍ଷକଙ୍କ ଭୂମିକା ନେଇ ଆଲୋଚନାଚକ୍ର

ବୌଦ୍ଧ/ ଏରନ୍ ନ୍ୟୁଜ / ୧୨-୧୦ ଭାରତୀୟ ଶୀକ୍ଷଣ ମଣ୍ଡଳ ଆନୁକୂଲ୍ୟରେ ସମାଜ ପରିବର୍ତନରେ ଶିକ୍ଷକଙ୍କ ଭୂୁମିକା ଶୀର୍ଷକ ଏକ ଆଲୋଚନାଚକ୍ର ସଂଗଠନର ସଭାପତି ଟଙ୍କଧର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଆଲୋଚନାଚକ୍ରରେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧୃବଚରଣ ଘିବେଲା ମୁଖ୍ୟଅତିଥି ଭାବରେ ଯୋଗଦେଇ ସମାଜକୁ ବିକାଶ ଦିଗରେ ପରିବର୍ତନ ପାଇଁ ନିଜେ ଅନ୍ୟ ପାଇଁ ପ୍ରେରଣାର ଉତ୍ସ ହେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ଆଲୋଚକ ଭାବରେ ପ୍ରାକ୍ତନ ଓଡ଼ିଆ ଅଧ୍ୟାପକ ବାସୁଦେବ ପାତ୍ର ଯୋଗଦେଇ ପ୍ରତ୍ୟେକ ବ୍ୟକ୍ତି ଶ୍ରଦ୍ଧାର ସହିତ ନିଜ କାମ କଲେ ସମାଜରେ ଅବଶ୍ୟ ପରିବର୍ତନ ଆସିବ ବୋଲି ପ୍ରକାଶ କରିଥିଲେ । ସେହିପରି ପ୍ରାକ୍ତନ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଅଚ୍ୟୁତାନନ୍ଦ ସାହୁ ଓ ବିକାଶ କୁମାର କାନୁନଗୋ ବକ୍ତା ଭାବରେ ଯୋଗଦେଇ ଆଜିର ବିକାଶନ୍ମୁଖୀ ସମାଜ ପରିବର୍ତନରେ ଶିକ୍ଷକମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି କହିବା ସହିତ ନିଷ୍ଠାପର ଶିକ୍ଷାଦାନ ସହିତ ଶ୍ରେଷ୍ଠ ଛାତ୍ରଛାତ୍ରୀ ନିର୍ମାଣ କରିବା ପାଇଁ ଆହ୍ୱାନ ଦେଇଥିଲେ ।
( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

Download our  Android App by using the Link

https://mega.nz/file/tLgUDAIB#Rm-pp9o8L8eoQiWr888XX7MZZj_fuff6VdIAWCMksj8

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Visit / share / like/ subscribe our channel for News & Views

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବନ୍ଧୁକ ମୁନରେ ବ୍ୟବସାୟୀ ଙ୍କୁ ଅପହରଣ, ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ ଗଠନ

Aren News

ଆସୁଛି ସାମୁଦ୍ରିକ ଝଡ, ଉତ୍ତର ଉପକୂଳ ଓଡ଼ିଶା ଉପରେ ବାତ୍ୟା ବିପଦ

Aren News

ବିଧାୟକ ଓ ପୋଲିସଙ୍କ ମଧ୍ୟରେ ଠେଲାପେଲା ଧସ୍ତାଧସ୍ତି , ଟାଉନ ଥାନାରେ ମାମଲା ରୁଜୁ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |