ତାଜା ଖବର
  • Home
  • କରୋନା ଖବର
  • କରୋନା ରିପୋର୍ଟ – ବୌଦ୍ଧ ଜିଲାରେ ୩୧ ଜଣ ଓ ରାଜ୍ୟରେ ୨୯୯୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ
କରୋନା ଖବର ଜୀବନଚର୍ଯ୍ୟା ତାଜା ଖବର ରାଜ୍ୟ

କରୋନା ରିପୋର୍ଟ – ବୌଦ୍ଧ ଜିଲାରେ ୩୧ ଜଣ ଓ ରାଜ୍ୟରେ ୨୯୯୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ / ଏରନ୍ ନ୍ୟୁଜ / ୦୭-୧୦ ବୌଦ୍ଧ ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜି ଚିହ୍ନଟ ହୋଇଥିବା ୩୧ ଜଣଙ୍କ ମଧ୍ୟରୁ ସର୍ବାଧିକ କଂଟାମାଳ ବ୍ଳକର ମଲିକୁଦ ଓ ବୌଦ୍ଧ ସହରରୁ ୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏହା ସହିତ ହରଭଂଗା ଓ ପଦ୍ମନପୁରରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଜିଲାର ପୁରୁଣାକଟକ, ପିତାମ୍ବରପୁର, ଛତ୍ରଙ୍ଗ ଓ ମାଉଲସିଂଗାରୁ ୨ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତିତ ମନମୁଣ୍ଡା, ଦପଲା, ଖଇରମାଲ, ପୁଟିଆପାଲି, ଲୁକାପଡା, କରଞ୍ଜକଟା ଓ ସରସରାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ଆଉ ୨ ଜଣ ଜିଲା ବାହାରେ ଛିହ୍ନଟ ହୋଇଥିବା ପ୍ରକାଶ । ଆଜିର ଚିହ୍ନଟଙ୍କୁ ମିଶାଇଲେ ଜିଲାରେ କରୋନା ପଜିଟିଭଙ୍କ ସଂଖ୍ୟା ୨୦୮୨ କୁ ବୃଦ୍ଧି ପାଇଛି । ଇତି ମଧ୍ୟରେ ଜିଲାରେ ସରକାରୀ ଭାବେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି ।

ଆଜି ରାଜ୍ୟର ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୯୯୫ କରୋନା ପଜିଟିଭ୍ । ନୂଆ ୨୯୯୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୩୭ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୨୫୮ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୦୯୯୮ କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ମୋଟ୍ ୨୧୦୨୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭୭୦ ରହିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

District Wise Cases

1. Angul: 142
2. Balasore: 121
3. Bargarh: 93
4. Bhadrak: 28
5. Balangir: 94
6. Boudh: 31
7. Cuttack: 166
8. Deogarh: 20
9. Dhenkanal: 68
10. Gajapati: 7
11. Ganjam: 47
12. Jagatsinghpur: 62
13. Jajpur: 90
14. Jharsuguda: 64
15. Kalahandi: 63
16. Kandhamal: 43
17. Kendrapada: 135
18. Keonjhar: 61
19. Khurda: 568
20. Koraput: 43
21. Malkangiri: 82
22. Mayurbhanj: 92
23. Nawarangpur: 67
24. Nayagarh: 44
25. Nuapada: 74
26. Puri: 145
27. Rayagada: 17
28. Sambalpur: 138
29. Sonepur: 87
30. Sundargarh: 101
31. State Pool: 202

( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Visit / share / like/ subscribe our channel for News & Views

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧ ଜିଲା ପାଇଁ ଖୁସି ଖବର, ଆଜି ମାତ୍ର ଜଣେ ନୂଆ କରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ୩୧୪୪

Aren News

କରୋନାରେ ଚାଲିଗଲେ ବୌଦ୍ଧ ମୃତିକା ସଂରକ୍ଷଣ ବିଭାଗର ପ୍ରକଳ୍ପ ନିର୍ଦେଶକ

Aren News

ବ୍ୟୋମକେଶ ରାୟ ବିଜୁ ଯୁବ ଜନତା ଦଳ ସଭାପତି ଓ ଦେବୀରଞ୍ଜନ ତ୍ରିପାଠୀ ହେଲେ ଛାତ୍ର ବିଜେଡ଼ି ସଭାପତି

Aren News

ଏକ ମନ୍ତବ୍ୟ ଛାଡନ୍ତୁ |