ବୌଦ୍ଧ / ଏରନ୍ ନ୍ୟୁଜ / ୦୭-୧୦ ବୌଦ୍ଧ ଆରଟିଓ ସମତେ ରାଜ୍ୟର ୧୫ଟି ଆରଟିଓରେ ୮ ତାରିଖରୁ ନୂଆ ଡିଏଲ୍ ପାଇଁ ଆବେଦନ ଗ୍ରହଣ କରାଯିବ ବୋଲି ପରିବହନ କମିଶନର ସଞ୍ଜୀବ ପଣ୍ଡା ଆଜି ନିର୍ଦେଶନାମା ଜାରି କରିଛନ୍ତି। ଅନୁଗୋଳ, ଗଜପତି, ନବରଙ୍ଗପୁର, ବୌଦ୍ଧ, ଦେବଗଡ଼, ମାଲକାନଗିରି ଚଣ୍ଡିଖୋଲ, ବଡ଼ବିଲ୍, କୋରାପୁଟ, ମୟୂରଭଞ୍ଜ, ଫୁଲବାଣୀ, ସୁନ୍ଦରଗଡ଼, ବରଗଡ଼, ରାୟଗଡ଼ା ଓ ଭଞ୍ଜନଗର ଆରଟିଓରେ ଚଳିତ ମାସ ୮ ତାରିଖରୁ ନୂଆ ଡିଏଲ୍ ପାଇଁ ଆବେଦନ ଗ୍ରହଣ କରାଯିବ। କରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ମାସରୁ ସମସ୍ତ ଆରଟିଓରେ ନୂଆ ଆବେଦନ ସହିତ ଡିଏଲ୍ ଏବଂ ଏଲ୍ଏଲ୍ ଟେଷ୍ଟ ବନ୍ଦ ରହିଥିଲା । ବୌଦ୍ଧ ଜିଲା ରେ ଅପେକ୍ଷା କରିଥିବା ନାଗରିକ ମାନେ ୮ ତାରିଖରୁ ନୂଆ ଡିଏଲ୍ ପାଇଁ ଆବେଦନ କରିପାରିବେ ବୋଲି ବୌଦ୍ଧ ଆଞ୍ଚଳିକ ପରିବହନ ଅଧିକାରୀ ସୂଚନା ଦେଇଛନ୍ତି l
( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Visit / share / like/ subscribe our channel for News & Views
Whats-app = 9178482265 Mail-Id