• Home
  • ଅନ୍ୟାନ୍ୟ
  • କରୋନା : ୨୦୨୧ ଜୁଲାଇ ସୁଦ୍ଧା ପ୍ରାୟ ୨୫ କୋଟି ଲୋକଙ୍କୁ ଦିଆଯିବ ଟୀକା
ଅନ୍ୟାନ୍ୟ କରୋନା ଖବର ଜୀବନଚର୍ଯ୍ୟା ତାଜା ଖବର ଦେଶ- ବିଦେଶ ବାଣିଜ୍ୟ ରାଜ୍ୟ

କରୋନା : ୨୦୨୧ ଜୁଲାଇ ସୁଦ୍ଧା ପ୍ରାୟ ୨୫ କୋଟି ଲୋକଙ୍କୁ ଦିଆଯିବ ଟୀକା

ନୂଆଦିଲ୍ଲୀ/ଏରନ ନ୍ୟୁଜ/୦୫.୧୦ କରୋନା କୁ ନେଇ ପ୍ରଶାସନ ଠାରୁ ଆରମ୍ଭ କରି ସାଧାରଣ ଲୋକେ ନାକେଦମ ହେଲେଣି । ଏଭିତରେ ଏକ ଖୁସି ଖବର ସାମ୍ନାକୁ ଆସିଛି । କୋଭିଡ-୧୯ ଟିକା ଦିଆଯିବା ପାଇଁ ଅକ୍ଟୋବର ଶେଷ ସୁଦ୍ଧା ପ୍ରାଥମିକ ଜନସଂଖ୍ୟା ତାଲିକା ଦାଖଲ କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ରବିବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି । ମୁଖ୍ୟତଃ ଯେଉଁମାନଙ୍କଠାରେ ସଂକ୍ରମଣର ଆଶଙ୍କା ଅଧିକ ଅଛି ସେମାନଙ୍କ ତାଲିକା କେନ୍ଦ୍ରକୁ ପଠାଇବା ପାଇଁ ପରାମର୍ଶ ଦିଆଯାଇଛି । ମନ୍ତ୍ରୀ କହିଛନ୍ତି ତାଲିକା ପ୍ରସ୍ତୁତ ହେବା ପରେ ନିରପେକ୍ଷ ଭାବେ ସବୁ ରାଜ୍ୟକୁ ଦିଆଯିବ । ଆସନ୍ତା ବର୍ଷ ଜୁଲାଇ ସୁଦ୍ଧା ସରକାର ୨୦ରୁ ୨୫ କୋଟି ଲୋକଙ୍କୁ କୋଭିଡ-୧୯ ଟିକା ଦେବେ ।

ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ଦଳ ଟିକାକରଣର ସମସ୍ତ ଦିଗ ଉପରେ ବିଚାର କରିବେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ଡ୍ରାଫ୍ଟ ପ୍ରସ୍ତୁତ କରୁଛି । ଏଥିରେ ଫ୍ରଣ୍ଟଲାଇନ କର୍ମଚାରୀ, ସରକାରୀ ଏବଂ ବେସରକାରୀ ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ, ସଫେଇ କର୍ମଚାରୀ, ଆଶାକର୍ମୀ, ମନିଟରିଂ ଅଫିସର, ଅନୁସନ୍ଧାନ, ପରୀକ୍ଷା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ସାମିଲ ହେବେ । ଅକ୍ଟୋବର ଶେଷ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ହର୍ଷବର୍ଦ୍ଧନ କହିଛନ୍ତି । ଟିକା ସଂରକ୍ଷଣ ସୁବିଧା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମି ବିଷୟରେ ସବିଶେଷ ତଥ୍ୟ ଦାଖଲ କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି ।

ସେହିପରି କେନ୍ଦ୍ର ସରକାର ମାନବ ସମ୍ବଳ ପ୍ରସ୍ତୁତି, ତାଲିମ, ମନିଟରିଂ ଏବଂ ଅନ୍ୟାନ୍ୟ କାର୍ଯ୍ୟ ଉପରେ କାର୍ଯ୍ୟ କରୁଛନ୍ତି। ଏହି ଯୋଜନାଗୁଡ଼ିକ ଶେଷ କରିବାବେଳେ ସରକାର କୋଭିଡ-୧୯ ମହାମାରୀ ସହ ଜଡ଼ିତ ପ୍ରତିରକ୍ଷା ତଥ୍ୟ ଉପରେ ମଧ୍ୟ ନଜର ରଖିବେ । ନୀତି ଆୟୋଗ ସଦସ୍ୟ ଭି.କେ ପାଲଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ସମଗ୍ର ପ୍ରକ୍ରିୟା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି ।

( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Visit / share / like/ subscribe our channel for News & Views

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧ ଜିଲ୍ଲାରେ ଆରଟି- ପିସିଆର ଟେଷ୍ଟି ପରୀକ୍ଷାଗାର ପାଇଁ ଅନୁଦାନ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Aren News

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ, ମେ ୩ରୁ ୧୫ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା

Aren News

ନବରଙ୍ଗପୁର କୁ ଛୁଇଁଲା କରୋନା, ଜଣେ ଆକ୍ରାନ୍ତ ଚିହ୍ନଟ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |