ବୌଦ୍ଧ / ଏରନ୍ ନ୍ୟୁଜ / ୨୭ -୦୯ ଭଗବାନ ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧ ଜିଲା ଏବଂ ଜଗନ୍ନାଥ ସଂସ୍କୃତିର ଆଦିପୀଠ ହେଲା ବୌଦ୍ଧ ଭୂମୀ । ଐତିହାସିକ ବୌଦ୍ଧ ଜିଲା ପର୍ଯଟନର ଗନ୍ତାଘର ଅଟେ, ଯିଏ ବୁଲିଛି ସିଏ ଜାଣିଛି ଜିଲାରେ କେତେ ବୈଭବ ଭରି ରହିଛି । ଐତିହାସିକ କଳାକୃତି ହେଉ ଅବା ପ୍ରାକୃତିକ ସୌନ୍ଦର୍ଯ୍ୟ ସବୁ ଭରି ରହିଛି ଜିଲା ଭିତରେ । ତା ସାଙ୍ଗକୁ ରହିଛି ଇକୋ ଟୁରିଜମର ପର୍ଯ୍ୟାପ୍ତ ସୁଯୋଗ । ପର୍ଯ୍ୟଟନର ପର୍ଯ୍ୟାପ୍ତ ଭିତିଭୂମୀ ରହିଥିବା ବେଳେ ପ୍ରସାଶନିକ ଏବଂ ରାଜନୈତିକ ସ୍ତରରେ ପ୍ରୟାସ କରାଯାଉନଥିବାରୁ ଜିଲାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହୋଇପାରୁନାହିଁ । ପ୍ରଚାର ପ୍ରସାର ପାଇଁ ପ୍ରୟାସ କରାଗଲେ ଜିଲାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଆନ୍ତା ଏବଂ ଜିଲାରେ ବୃଦ୍ଧି ପାଉଥିବା ଶିକ୍ଷିତ ବେକାରମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରନ୍ତା । ଜିଲାରେ ଅନେକ ପ୍ରାଚୀନ କିର୍ତିରାଜୀ ଭରି ରହିଥିଲେ ମଧ୍ୟ ତାହାର ବିକାଶ ହୋଇପାରୁନାହିଁ । ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗିର ଗସ୍ତ ସମୟରେ ବୌଦ୍ଧ ଜିଲାର ପ୍ରାଚିନ ଗନ୍ଧରାଢ଼ୀ ଏବଂ ରାମେଶ୍ୱର ପୀଠର ଉନ୍ନତି ପାଇଁ ଏକ ଯୋଜନାର ଶୁଭାରମ୍ଭ କରିଥିଲେ ମାତ୍ର ତାହା ମଧ୍ୟ ଶିତଳ ଭଣ୍ଡାରକୁ ଚାଲିଯାଇଥିବା ଅନୁମାନ କରାଯାଉଛି । ଦିର୍ଘଦିନ ବିତିଯାଇଥିଲେ ମଧ୍ୟ ଉକ୍ତ ପ୍ରକଳ୍ପ ଅନ୍ତର୍ଗତ ଉନ୍ନୟନ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇନଥିବା ଜଣାପଡିଛି ।
ପଶ୍ଚିମ ଓଡ଼଼ିଶାରେ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଦ୍ୱାରା ୫ ଟି ସଂରକ୍ଷିତ କିର୍ତ୍ତିରାଜୀ ମଧ୍ୟରେ ବୌଦ୍ଧର ଅଷ୍ଟମ ଶତାବ୍ଦୀରେ ଭଂଜ ରାଜାମାନଙ୍କ ଦ୍ୱାରା ନିର୍ମିତ କାରୁକାର୍ଯ୍ୟରେ ଭରପୁର ଗନ୍ଧରାଢି ମନ୍ଦିର ଓ ନବମ ଶତାବ୍ଦୀରେ ସୋମବଂଶୀ ମାନଙ୍କ ଦ୍ୱାରା ବୌଦ୍ଧ ସହରରେ ନିର୍ମିତ ରାମେଶ୍ୱର ମନ୍ଦିରରେ ପର୍ଯ୍ୟଟକମାନଙ୍କ ଦର୍ଶନ ଓ ଗବେଷଣା ପାଇଁ ଅନେକ ସୁଯୋଗ ରହିଛି । ରାଜ୍ୟରେ ରହିଥିବା ବୁଦ୍ଧ କିର୍ତିରାଜି ମଧ୍ୟରେ ବୌଦ୍ଧ ଜିଲାର ବୁଦ୍ଧ କିର୍ତିରାଜି ଅନ୍ୟତମ । ବୌଦ୍ଧ ରାଜପ୍ରାସାଦ ନିକଟରେ ଭୂମିସ୍ପର୍ଶ ମୁଦ୍ରାରେ ରହିଥିବା ବୁଦ୍ଧମୂର୍ତ୍ତି, ପରଗଳପୁର ଓ ଶ୍ୟାମସୁନ୍ଦରପୁର ସାଙ୍ଗକୁ ଜିଲାର ବିଭିନ୍ନ ସ୍ଥାନରେ ବୌଦ୍ଧପୀଠ ମାନ ରହିଅଛି । ଭଗବାନ ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧ ଜିଲାରେ ବୁଦ୍ଧକିର୍ତି ସବୁର ଉନ୍ନତି କରାଗଲେ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ପାଇ ପାରନ୍ତା ଏବଂ ଜିଲାର ଅର୍ଥନିତୀ ମଧ୍ୟ ସୁଦୃଢ଼ ହୋଇପାରନ୍ତା ବୋଲି କହନ୍ତି ଅନେକ ସଂସ୍କୃତି ପ୍ରେମୀ ।
ସେହିପରି ହରଭଙ୍ଗା ବ୍ଲକର ବାମଣ୍ଡା ପଂଚାୟତର ପାତାଳୀଶ୍ରୀକ୍ଷେତ୍ର ନାୟକ ପଡା ଗୁମ୍ପା ଓ କଂଟାମାଳ ରେଘାମୁଣ୍ଡା ଦେଢଭାଇବୋହୁ ପାହାଡର ବିକାଶ ପାଇ ରାଜ୍ୟ ସରକାର ଅନୁଦାନ ଯୋଗାଇ ଦେଇଥିଲେ ମଧ୍ୟ ଏହାର ପ୍ରଚାର ପ୍ରସାର ଅଭାବରୁ ପର୍ଯ୍ୟଟକମାନଙ୍କ ଦୃଷ୍ଟି ଆଢୁଆଳରେ ରହଯାଉଛି । ହରଭଙ୍ଗା ବ୍ଲକର ପ୍ରସିଦ୍ଧ ଶକ୍ତପୀଠ ମା ଭୈରବୀଙ୍କ ମନ୍ଦିର, ରାମଗଡ ଓ କରଡି ଠାରେ ଥିବା ଶିବ ମନ୍ଦିର, ପଦ୍ମତୋଳା ଅଭୟାରଣ୍ୟ, ନୂଆପଡା ଓ ତଳଗାଁ ଡମକୁଚ ଡ୍ୟାମର ମନଲୋଭା ପ୍ରାକୃତିକ ଦୃଶ୍ୟ, ବାଉଁଶୁଣୀର ପ୍ରସିଦ୍ଧ ଶିବ ମନ୍ଦିର, ବଘିଆପଡାର ପଂଚୁପାଣ୍ଡବ ମନ୍ଦିର, ମହାନଦୀ ଗର୍ଭରେ ରହିଥିବା ହନୁମାନ ମନ୍ଦିର, ବୌଦ୍ଧର ଜଗନ୍ନାଥ ମନ୍ଦିର, ଭୈରବୀ ମନ୍ଦିର, ଚନ୍ଦ୍ରଚୂଡ ମନ୍ଦିର ଆଦି ଅନେକ କିତ୍ତିରାଜୀ ଜିଲାରେ ପର୍ଯ୍ୟଟନର ଭିତିଭୂମି ବିକାଶରେ ସହାୟକ ହୋଇପାରିବ । ସେହିପରି ମହାନଦୀ ଭିତରେ ରହିଥିବା ଟାପୁ ମର୍ଜାକୁଦକୁ ସେତୁ ନିର୍ମାଣ ପାଇଁ ଯୋଜନା ଆରମ୍ଭ ହୋଇଥିବାବେଳେ ଏଠାରେ ଇକୋ ଟୁରିଜିମ ର ବିକାଶ କରାଯାଇପରିବ । ଜିଲାରେ ପର୍ଯ୍ୟଟନର ବିକାଶ ପାଇଁ ଭରପୁର ସୁଯୋଗ ରହିଥିଲେ ମଧ୍ୟ ଏଥିପ୍ରତି ଆବଶ୍ୟକୀୟ ଦୃଷ୍ଟି ଦିଆଯାଉନଥିବା ଜିଲାର ବୁଦ୍ଦିଜିବୀମାନେ ଅଭିଯୋଗ କରିଛନ୍ତି । ସମସ୍ତ ପ୍ରାଚୀନ ଓ ଆକର୍ଷଣୀୟ କିର୍ତ୍ତିରାଜୀ ଗୁଡିକର ନାମଫକଳ ଜାତୀୟ ରାଜପଥ କଡରେ ଲଗାଗଲେ ତାହା ଯାତ୍ରୀମାନଙ୍କ ଦୃଷ୍ଟିରେ ଆସିବ , ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ଜିଲାର ସୀମାନ୍ତରେ ସୁଦୃଶ୍ୟ ସ୍ଥାୟୀ ତୋରଣ ନିର୍ମାଣ କରାଯିବା, ଶିକ୍ଷିତ ଯୁବବର୍ଗଙ୍କୁ ପର୍ଯ୍ୟଟନ ସଂପର୍କିତ ତାଲିମ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି ।
( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Visit / share / like/ subscribe our channel for News & Views
Whats-app = 9178482265 Mail-Id