• Home
  • ଅନ୍ୟାନ୍ୟ
  • ମହାଳୟା ତିଥିରେ ମା’ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ
ଅନ୍ୟାନ୍ୟ ଜୀବନଚର୍ଯ୍ୟା ତାଜା ଖବର ରାଜ୍ୟ ସାହିତ୍ୟ

ମହାଳୟା ତିଥିରେ ମା’ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ

ସମ୍ବଲପୁର / ଏରନ୍ ନ୍ୟୁଜ / ୧୭ -୦୯ ( ସନ୍ତୋଷିନୀ ନାୟକ ) ଆଜି ହେଉଛି ପବିତ୍ର ମହାଳୟା ତିଥି। ଆଜିର ଏହି ପବିତ୍ର ତିଥିରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ଧବଳମୁଖୀ ବା ଗଙ୍ଗା ବେଶରେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦିଅନ୍ତି। ମୂଖ୍ୟତଃ ବର୍ଷ ତମାମ ମା ସମଲେଶ୍ବରୀ ସିନ୍ଦୁରମୁହିଁ ବେଶରେ ଦର୍ଶନ ଦେଉଥିବା ବେଳେ କେବଳ ଏହି ତିଥିରେ ଧବଳମୁଖୀ ବେଶରେ ଦର୍ଶନ ଦିଅନ୍ତି। ଆଜି ସକାଳୁ ପାରମ୍ପରିକ ରୀତିନୀତି ଓ ପୂଜାର୍ଚ୍ଚନା ପରେ ମା ସମଲେଶ୍ବରୀଙ୍କୁ ଶ୍ୱେତ ପାଟ ବସ୍ତ୍ର ପରିଧାନ କରାଯାଇ ଶୁଭ୍ର ବର୍ଣ୍ଣ ରେ ସୁସଜ୍ଜିତ କରିଥିଲେ ପୂଜାକମାନେ। ବିଶ୍ୱାସ ରହିଛି ଯେ ଆଜିର ଦିନରେ ମା ସମଲେଶ୍ବରୀ ଙ୍କୁ ଏହି ବେଶରେ ଦର୍ଶନ କଲେ ଗଙ୍ଗା ସ୍ନାନ ର ପୁଣ୍ୟଫଳ ମିଳିଥାଏ। ତେବେ ଏଥର କୋଭିଡ କଟକଣା ଭିତରେ ଭକ୍ତ ଶ୍ରଦ୍ଧାଳୁ ମାନେ ମାଙ୍କୁ ପ୍ରତ୍ୟକ୍ଷ ଭାବେ ଦର୍ଶନ କରିପାରିନାହାନ୍ତି। ଏଥିପାଇଁ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଅନଲାଇନ ଦର୍ଶନ ବ୍ୟବସ୍ଥା କରାଯାଇଛି। ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ର ଅଫିସିଆଲ ଫେସବୁକ ପେଜରେ ଭକ୍ତ ଶ୍ରଦ୍ଧାଳୁମାନେ ମା ଙ୍କ ଏହି ଦୁର୍ଲଭ ବେଶର ଦର୍ଶନ କରିଥିଲେ । ଏଥର ପୂଜକ ମାନଙ୍କ ପାଇଁ ଶ୍ୱେତ ବସ୍ତ୍ର ଓ ମା ଙ୍କ ପାଇଁ ଶ୍ୱେତ ବନାରଶୀ ପାଟବସ୍ତ୍ରର ବ୍ୟବସ୍ଥା କରିଛି ମା ସମଲେଶ୍ବରୀ ମହିମା ପ୍ରଚାର ସମିତି ।

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Visit / share / like/ subscribe our channel for News & Views

Web-Portal       Facebook       You-tube

Whats-app = 9178482265       Mail-Id

Related posts

ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ଟିମରେ ବୌଦ୍ଧ ଜିଲ୍ଲା ର ଓମପ୍ରକାଶ ଓ ନାରାୟଣ ସାମିଲ, ଗୁରୁତ୍ୱପୂର୍ଣ ଦାୟିତ୍ୱ ପ୍ରଦାନ

Aren News

ବୌଦ୍ଧ ଜିଲାରେ ଶିବରାତ୍ରୀ , କରୋନା କଟକଣା ଯୋଗୁଁ ଫିକା ପଡିଲା

Aren News

ଡକାୟତି ଅଭିଯୋଗରେ ପୂର୍ବତନ ବିଧାୟକ ଓ ପୁଲିସ କନଷ୍ଟେବଲ ଗିରଫ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |