ତାଜା ଖବର
  • Home
  • Other
  • ସେଲ୍ଫି ହେଲା କାଳ ! ମୋବାଇଲ ପାଇଁ ଡ୍ୟାମକୁ ଡେଇଁଲେ ଯୁବ ଇଂଜିନିୟର, ମୃତ ଦେହ ଉଦ୍ଧାର
Other ଅପରାଧ ଜୀବନଚର୍ଯ୍ୟା ତାଜା ଖବର ଦେଶ- ବିଦେଶ ରାଜ୍ୟ

ସେଲ୍ଫି ହେଲା କାଳ ! ମୋବାଇଲ ପାଇଁ ଡ୍ୟାମକୁ ଡେଇଁଲେ ଯୁବ ଇଂଜିନିୟର, ମୃତ ଦେହ ଉଦ୍ଧାର

ବୋୖଦ୍ଧ/ଏରନ ନ୍ୟୁଜ/୧୪.୦୯ ବୋୖଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅନ୍ତର୍ଗତ ପାଲଝାର ଡ୍ୟାମକୁ  ଗାଧୋଇବାକୁ ଯାଇ ଯୁବ ଇଂଜିନିୟର ମୃତ । ମୃତକ ହେଲେ ତାମିଲନାଡୁର ଆର.ମୁକୁନ୍ଦମ । ସେ ଅନୁଗୋଳ ଜିଲ୍ଲା କୁମ୍ଭୀଆ ଠାରେ ଚାଲିଥିବା ମେଗା ଲିଫ୍ଟ ପ୍ରୋଜେକ୍ଟ ରେ ନିୟୋଜିତ ଥିଲେ ।

ମିଳିଥିବା ସୂଚନା ଅନୁସାରେ  ୩ ଜଣ ସହଯୋଗୀଙ୍କ ସହ ମିଶି ପାଲଝାର ଡ୍ୟାମକୁ ଗାଧୋଇବାକୁ ଆସିଥିଲେ। ଅସାବଧାନତା ଯୋଗୁଁ ତାଙ୍କ ମୋବାଇଲ ଫୋନ ପାଣିରେ ପଡିଯାଇଥିଲା। ଫଳରେ ସେ ଡ୍ୟାମ ଭିତରକୁ ଡେଇଁ ପଡ଼ିଥିଲେ । ଅନେକ ସମୟ ପରେ ମଧ୍ୟ ସେ ବାହାରକୁ ବହାରିନଥିବାରୁ ସହଯୋଗୀ ମାନେ ମଧ୍ୟ ତାଙ୍କୁ ପାଣି ଭିତରେ ଖୋଜାଖୋଜି କରିଥିଲେ।

ଶେଷରେ ନିରାଶ ହୋଇ ବୋୖଦ୍ଧ ଅଗ୍ନିଶମ ଓ ଓଡ୍ରାପ ଟିମ ଖବର ଦିଆଯାଇଥିଲା । ସେଠାରେ ଉଭୟ ଟିମ ବହୁ ଖୋଜାଖୋଜି ପରେ ଇଂଜିନିୟର ଙ୍କ ମୃତ ଦେହକୁ ପ୍ରାୟ ଏକ କିମି ଦୂରତା ରେ ଠାବ କରିଥିଲେ । ତେବେ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।

( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Visit / share / like/ subscribe our channel for News & Views

Web-Portal       Facebook       You-tube

Whats-app = 9178482265       Mail-Id

Related posts

ପୁଣି ରେକର୍ଡ କଲା ବୌଦ୍ଧ ଜିଲ୍ଲା, ଆଜି ୭୦ ଜଣ ଓ ରାଜ୍ୟରେ ୨୪୭୦ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ସାହିତ୍ୟିକ ଇଂ. ସଞ୍ଜୟ କୁମାର ପଣ୍ଡା ଓଡିଶା ସାହିତ୍ୟ ଏକାଡେମୀର ଅର୍ଥ ସମିତିର ସଦସ୍ୟ ନିର୍ବାଚିତ

Aren News

ସାହିତ୍ୟିକ ବାସୁଦେବ ପାତ୍ର ଓ ନାଟ୍ୟକାର ଗଦାଧର ବାରିକ ପାଇବେ କଲଚରାଲ ଏକାଡେମୀ ସାହିତ୍ୟ ପୁରଷ୍କାର

Aren News

ଏକ ମନ୍ତବ୍ୟ ଛାଡନ୍ତୁ |