• Home
  • ଅନ୍ୟାନ୍ୟ
  • ପୂର୍ବତନ ଅତିରିକ୍ତ ବାଣିଜ୍ୟକର କମିଶନର ସୁଦାମ ଚରଣ ପୃଷ୍ଟିଙ୍କ ଦେହାନ୍ତ, ବହୁବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ
ଅନ୍ୟାନ୍ୟ ତାଜା ଖବର ବାଣିଜ୍ୟ ରାଜ୍ୟ

ପୂର୍ବତନ ଅତିରିକ୍ତ ବାଣିଜ୍ୟକର କମିଶନର ସୁଦାମ ଚରଣ ପୃଷ୍ଟିଙ୍କ ଦେହାନ୍ତ, ବହୁବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

ବୌଦ୍ଧ / ଏରନ୍ ନ୍ୟୁଜ / ୦୫-୦୯ ବୌଦ୍ଧର ଅନ୍ୟତମ ସୁଯୋଗ୍ୟ ସନ୍ତାନ ତଥା ପୂର୍ବତନ ଅତିରିକ୍ତ ବାଣିଜ୍ୟକର କମିଶନର ସୁଦାମ ଚରଣ ପୃଷ୍ଟିଙ୍କ ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି । ବାର୍ଦ୍ଦକ୍ୟ ଜନିତ ଅସୁସ୍ଥତା ଯୋଗୁଁ ସେ ଆଜି ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଡାକ୍ତରଖାନାକୁ ନିଆଯିବା ବେଳେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ସମୟରେ ତାଙ୍କ ସହଧର୍ମିଣୀ, ୩ ଝିଅ ଓ ୨ ପୁଅ ନାତିନାତୁଣି ସହ ପାଖରେ ଥିଲେ । ଭୁବନେଶ୍ୱର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜଣେ କବି ଭାବରେ ସେ ନିଜ ସହପାଠୀମାନଙ୍କ ମଧ୍ୟରେ ବେଶ ଜଣାଶୁଣା ଥିଲେ । ବାଣିଜ୍ୟକର ବିଭାଗରେ କାର୍ଯ୍ୟରତ ରହିଥିବା ବେଳେ ଅନେକ ସୁନାମ ଅର୍ଜନ କରିଥିଲେ , ସେଥିମଧ୍ୟରୁ ଜାମଶୋଳା ଚେକଗେଟରୁ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ନେଇଥିବା ଦୃଢ଼ ପଦକ୍ଷେପ ଅନ୍ୟତମ । ସହପାଠୀ ମାନଙ୍କ ମଧ୍ୟରୁ ଅଧ୍ୟାପକ ଅଭିନ୍ନ ସାହୁ ଏବଂ ଅନ୍ୟ ବହୁବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ବୌଦ୍ଧ ସହରର ସ୍ୱର୍ଗତ ଜଗନ୍ନାଥ ପୃଷ୍ଟିଙ୍କ ୨ପୁଅ ଓ ୪ ଝିଅଙ୍କ ମଧ୍ୟରେ ସୁଦାମ ପୃଷ୍ଟି ବଡପୁତ୍ର ଅଟନ୍ତି । ତାଙ୍କ ବିୟୋଗ ସମ୍ବାଦରେ ବୌଦ୍ଧ ଠାରେ ମଧ୍ୟ ଶୋକ ପ୍ରକାଶ ପାଇଛି ।
( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Visit / share / like/ subscribe our channel for News & Views

Web-Portal       Facebook       You-tube

Whats-app = 9178482265       Mail-Id

Related posts

ରାଜ୍ୟରେ କମୁଛି ବୌଦ୍ଧରେ ବଢୁଛି , ବୌଦ୍ଧରେ ଆଜି ୩୮୫ ଜଣ ଓ ରାଜ୍ୟରେ ୧୦୯୩୯ ଜଣ କରୋନା ପଜିଟିଭ ଚିହ୍ନଟ

Aren News

ବିଜେଡ଼ିରେ ୧୫ ବରିଷ୍ଠ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ତଥା ସଭାପତି ନବୀନ ପଟ୍ଟନାୟକ

Aren News

ଜିଲାର ସ୍ୱାସ୍ଥ୍ୟ ସେବା ସଜାଡ଼ିବା ଦାବି ନେଇ ସାମ୍ବାଦିକଙ୍କ ଧାରଣାର ଚତୁର୍ଥ ଦିନ, ପ୍ରତିଶୃତି ଦେଲେ ସାଂସଦ ଏବଂ ଦୁଇ ବିଧାୟକ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |