ତାଜା ଖବର
  • Home
  • Other
  • ଶିକ୍ଷକ ବସନ୍ତ ସାହୁ ପାଇଲେ ରାଷ୍ଟ୍ରିୟ ଶିକ୍ଷକ ପୁରସ୍କାର
Other ଜୀବନଚର୍ଯ୍ୟା ତାଜା ଖବର ଦେଶ- ବିଦେଶ ମନୋରଞ୍ଜନ ରାଜନୀତି ରାଜ୍ୟ ସାହିତ୍ୟ ଓ ସଂସ୍କୃତି

ଶିକ୍ଷକ ବସନ୍ତ ସାହୁ ପାଇଲେ ରାଷ୍ଟ୍ରିୟ ଶିକ୍ଷକ ପୁରସ୍କାର

ବୌଦ୍ଧ / ଏରନ୍ ନ୍ୟୁଜ / ୦୫ -୦୯ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷାକୁ ସରସ, ସୁନ୍ଦର ଓ ଆନନ୍ଦମୟ କରିବା ପାଇଁ ଶିକ୍ଷକ ବସନ୍ତ କୁମାର ସାହୁ କଣ୍ଢେଇ ଓ ବର୍ଣ୍ଣମାଳାର ଛାୟା କୁ ଶିକ୍ଷାଦାନର ମାଧ୍ୟମ ଭାବେ ବ୍ୟବହାର କରିଥାଆନ୍ତି । ଛାତ୍ରଛାତ୍ରୀଙ୍କୁ କଣ୍ଢେଇ ତିଆରି କଳାକୁ ମଧ୍ୟ ଏକ ବିଷୟ ଭାବେ ଉପସ୍ଥାପନ କରିଥାଆନ୍ତି । ତାଙ୍କର ଏହି ଉଦ୍ୟମକୁ ସବୁ ସ୍ତରରେ ପ୍ରସଂଶା କରାଯିବା ସହ ଅନେକ ଶିକ୍ଷକମାନେ ଏହାକୁ ଅନୁସରଣ କରୁଛନ୍ତି । ତାଙ୍କର ଏହି ସ୍ୱତନ୍ତ୍ର କଳା ଆଜି ଜାତୀୟ ସ୍ତରରେ ସିକୃତି ଲାଭ କରିଛି । ୨୦୨୦ ମସିହାର ରାଷ୍ଟ୍ରିୟ ଶିକ୍ଷକ ପୁରସ୍କାରେ ସେ ସମ୍ମାନୀତ ହୋଇଛନ୍ତି । ରାଷ୍ଟ୍ରପତି ଭବନରୁ ମହାମହିମ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ଭଚୁଆଲ ଉତ୍ସବ ମାଧ୍ୟମରେ ଶିକ୍ଷକ ବସନ୍ତ କୁମାର ସାହୁଙ୍କ ସହିତ ଆଲୋଚନା କରିଥିଲେ । ରାଷ୍ଟ୍ରପତିଙ୍କ ପକ୍ଷରୁ ଜିଲାପାଳ ଲଲାଟେନ୍ଦୁ ମିଶ୍ର ରାଷ୍ଟ୍ରପତି ପଦକ ଓ ମାନପତ୍ର ପ୍ରଦାନ କରିବା ସହିତ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଜିଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର ଓ ଅନ୍ୟମାନେ ଉପସ୍ଥିତ ଥିଲେ ।    ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )

subscribe us for latest News

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Visit / share / like/ subscribe our channel for News & Views

Web-Portal       Facebook       You-tube

Whats-app = 9178482265       Mail-Id

Related posts

ତଳ ମୁଁହା କରୋନା ଗ୍ରାଫ – ବୌଦ୍ଧ ଜିଲ୍ଲାରେ ୩ ଜଣ ଓ ରାଜ୍ୟରେ ୫୯୪ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ବନ୍ଧୁକ ମୁନରେ ଲୁଟ ଉଦ୍ୟମ ବିଫଳ, ଗୋଟିଏ ବନ୍ଧୁକ, ୨ ବାଇକ ଜବତ

Simun Naik

ବୌଦ୍ଧ : କୋଭିଡ ଯୋଦ୍ଧାଙ୍କ ସମ୍ମାନରେ ନିରବ ପ୍ରାର୍ଥନା ଓ ଶପଥ ପାଠ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |