ବୌଦ୍ଧ / ଏରନ୍ ନ୍ୟୁଜ / ୨୭- ୦୮ ବୌଦ୍ଧ ଜିଲ୍ଲାରେ ଆଜି ୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବୌଦ୍ଧ ସହରରୁ ୩, ବାମଣ୍ଡା – ୧ ଓ ଜହ୍ନପଙ୍କ -୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ନୂଆ ଚିହ୍ନଟ ୫ ଜଣକ ମଧ୍ୟରୁ ଜଣେ ସଂକ୍ରମିତଙ୍କୁ ବୌଧ କୋଭିଡ ସେଣ୍ଟର କୁ ସ୍ଥାନଂତର କରାଯାଇଛି l ଏହାଙ୍କୁ ମିଶାଇ ଜିଲ୍ଲାରେ ମୋଟ ପଜେଟିଭ ସଂଖ୍ୟା ୫୪୮ ରେ ପହଂଚିଥିବା ଜଣାଯାଇଛି ।
ଆଜି ରାଜ୍ୟର ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୩୮୪ କରୋନା ପଜିଟିଭ୍ । ନୂଆ ୩୩୮୪ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୨୮ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୨୫୬ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୯୮୬ କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ମୋଟ୍ ୬୨୮୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୬୭୨ ରହିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏହାସହିତ ରାଜ୍ୟରେ ୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏମାନଂକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୪୪୮ ରେ ପହଞ୍ଚିଲା ।
District Wise Cases
1. Angul: 13
2. Balasore: 119
3. Bargarh: 157
4. Bhadrak: 82
5. Balangir: 99
6. Boudh: 5
7. Cuttack: 492
8. Deogarh: 16
9. Dhenkanal: 60
10. Gajapati: 9
11. Ganjam: 177
12. Jagatsinghpur: 43
13. Jajpur: 176
14. Jharsuguda: 94
15. Kalahandi: 27
16. Kandhamal: 58
17. Kendrapada: 76
18. Keonjhar: 63
19. Khurda: 587
20. Koraput: 89
21. Malkangiri: 44
22. Mayurbhanj: 177
23. Nawarangpur: 31
24. Nayagarh: 76
25. Nuapada: 19
26. Puri: 121
27. Rayagada: 154
28. Sambalpur: 182
29. Sonepur: 37
30. Sundargarh: 101
( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Visit / share / like/ subscribe our channel for News & Views
Whats-app = 9178482265 Mail-Id