ତାଜା ଖବର
  • Home
  • Other
  • ଜଗନ୍ନାଥ ସଡ଼କ ଉପରେ 5 ଫୁଟର ବନ୍ୟାପାଣି, ବିପଦ ସଙ୍କୁଳ ଅବସ୍ଥାରେ ଡ଼ଙ୍ଗାରେ ଚାଲିଛି ଯାତାୟାତ
Other ଜୀବନଚର୍ଯ୍ୟା ବାଣିଜ୍ୟ ରାଜ୍ୟ

ଜଗନ୍ନାଥ ସଡ଼କ ଉପରେ 5 ଫୁଟର ବନ୍ୟାପାଣି, ବିପଦ ସଙ୍କୁଳ ଅବସ୍ଥାରେ ଡ଼ଙ୍ଗାରେ ଚାଲିଛି ଯାତାୟାତ

ହରଭଙ୍ଗା /ଏରନ ନ୍ୟୁଜ /୧୯.୦୮(ଭାଗବତ ମେହେର) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ଜଗନ୍ନାଥ ସଡକ ଉପରେ ବନ୍ୟାପାଣି ମାଡି ଆସିବାରୁ ଯାତାୟତ ରେ ବାଧା ସୃଷ୍ଟି ହୋଇଛି । ଫଳରେ ରାସ୍ତା ଅତିକ୍ରମ କରିବା ପାଇଁ ବିପଦ ସଙ୍କୁଳ ଅବସ୍ଥାରେ ଲୋକେ କାଠ ଡ଼ଙ୍ଗା ରେ ପାରି ହେଉଥିବା ଦେଖିବାକୁ ମିଳିଛି । ଜଗନ୍ନାଥ ସଡକ ର ହାଟ ଗାଁ ନିକଟସ୍ଥ ପୋଲ ଉପରେ ପ୍ରାୟ 5 ଫୁଟ ଉଚ୍ଚରେ ମହାନଦୀର ବନ୍ୟାପାଣି ମାଡ଼ି ଆସିଥିବାରୁ ଯାତାୟାତ ରେ ବାଧା ସୃଷ୍ଟି ହୋଇଛି । ଫଳରେ ଲୋକମାନେ ଡ଼ଙ୍ଗା ସାହାଯ୍ୟ ରେ ବସି ରାସ୍ତା ର ଏପାଖରୁ ସେପାଖକୁ ପାରି ହେଉଛନ୍ତି । ମହାନଦୀରେ ବନ୍ୟାଜଳ ନିଷ୍କାସିତ ହେଉଥିବାରୁ ଜଗନ୍ନାଥ ସଡକ ର ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଜମି ରହିଛି । ଅନ୍ୟପଟେ ଏସବୁ ସ୍ଥାନରେ ପ୍ରତିବର୍ଷ ମହାନଦୀ ପାଣି ରାସ୍ତାଉପରୁ ମାଡି ଆସୁଥିବା ବେଳେ, ଏହାକୁ ଦୃଷ୍ଟିରେ ରେ ରଖି ବିଭିନ୍ନ ସ୍ଥାନରେ ରାସ୍ତା କାମ ସହ ପୋଲ କାମ ଚାଲୁଛି । କିନ୍ତୁ ପୋଲ କାମ ମନ୍ଥର ଗତିରେ ଚାଲୁଥିବା ଯୋଗୁଁ ଏଭଳି ସମସ୍ୟା ଉପୁଜୁଥିବା ଅଭିଯୋଗ ହେଉଛି ।

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Visit / share / like/ subscribe our channel for News & Views

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧରେ ୭ ଜଣ ଓ ରାଜ୍ୟରେ ୧୬୪୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ସଂଖ୍ୟା ୪୪,୧୯୩ କୁ ବୃଦ୍ଧି

Aren News

କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,୨୦୮୫କୋଟି ଟଙ୍କାର ୧୦୬ଟି ପ୍ରକଳ୍ପର ଶୁଭାରମ୍ଭ କଲେ

Aren News

ପଞ୍ଚାୟତିରାଜ ପ୍ରମୁଖ ଶାସନ ସଚିବଙ୍କୁ ହଟାଇବାକୁ ଦାବି କଲା ଗାଁ ସାଥି ସଂଘ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |