ତାଜା ଖବର
  • Home
  • ଅନ୍ୟାନ୍ୟ
  • ଟମାଟୋ ଓ କାକୁଡ଼ି ମିଶେଇ ଖାଇବା ଶରୀର ପାଇଁ ହୋଇପାରେ କ୍ଷତିକାରକ
ଅନ୍ୟାନ୍ୟ ଜୀବନଚର୍ଯ୍ୟା ବାଣିଜ୍ୟ ମନୋରଞ୍ଜନ ରାଜ୍ୟ

ଟମାଟୋ ଓ କାକୁଡ଼ି ମିଶେଇ ଖାଇବା ଶରୀର ପାଇଁ ହୋଇପାରେ କ୍ଷତିକାରକ

ଭୁବନେଶ୍ୱର/ଏରନ ନ୍ୟୁଜ/୩୧.୦୭   କାକୁଡି ଓ ଟମାଟୋ ବିନା ସାଲାଡ଼ର କଳ୍ପନା ମଧ୍ୟ କରାଯାଇ ପାରିବ ନାହିଁ | ଶରୀର ପାଇଁ ସାଲାଡ଼ ବହୁତ ହିତକର | ବିଶେଷକରି ଗରମ ଦିନରେ ସାଲାଡ଼ ବହୁତ ଉପାଦେୟ | ପ୍ରତିଦିନ ଭୋଜନରେ ସାଲାଡ଼ ଖାଇଲେ ଶରୀର ସୁସ୍ଥ ରହେ | ତେବେ ଆପଣ ଜାଣିଛନ୍ତି ସାଲାଡ଼ର ପ୍ରଭାବ ପାଚନ ତନ୍ତ୍ର ଉପରେ ମଧ୍ୟ ପଡିପାରେ ?

ସାଲାଡ଼ରେ କାକୁଡି, ପିଆଜ, ଟମାଟୋ, ମୂଳା ଆଦି ମିଶ୍ରଣ ଆକର୍ଷଣୀୟ ହୋଇଥାଏ କିନ୍ତୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା ହାନିକାରକ | ବିଶେଷଜ୍ଞଙ୍କ କହିବାନୁଯାୟୀ, କାକୁଡିର ପୋଷାକ ତତ୍ୱ ରହିଛି ଯାହା ଶରୀରକୁ ହାଇଡ୍ରେଟେଡ଼ ରଖିଥାଏ | କାକୁଡିରେ ଏମିତି ଏକ ଗୁଣ ମଧ୍ୟ ରହିଛି ଯାହା ଭିଟାମିନ-ସି ଅବଶୋଷଣ ସହ ହସ୍ତକ୍ଷେପ କରିଥାଏ | ସେଥିପାଇଁ ଟମାଟୋ ଓ କାକୁଡିକୁ ଏକାସଙ୍ଗେ ଖାଇବାକୁ ବାରଣ କରାଯାଇଥାଏ | ଟମାଟୋ ଓ କାକୁଡି ଅଲଗା ଅଲଗା ଭାବେ ହଜମ ହୋଇଥାଏ ଯେଉଁଥିପାଇଁ ମିଶେଇ ଖାଇବାକୁ ବାରଣ କରାଯାଇଥାଏ |

ବିଶେଷଜ୍ଞଙ୍କ ଅନୁଯାୟୀ, କାକୁଡି ଓ ଟମାଟୋ ଏକାସଙ୍ଗେ ଖାଇଲେ ଏସିଡ ଫରମେସନ ଓ ବ୍ଳୋଟିଙ୍ଗ୍ ର କାରଣ ହୋଇଥାଏ | ପାଚନ କ୍ରିୟା ସମୟରେ ପ୍ରତ୍ୟେକ ଖାଦ୍ୟ ଭିନ୍ନ ଭିନ୍ନ ଭାବେ ରିଆକ୍ଟ କରିଥାଏ | କିଛି ଆହାର ସହଜରେ ହଜମ ହୋଇଯାଇଥାଏ କିନ୍ତୁ ଆଉ କିଛି ଆହାର ହଜମ ହେବାକୁ ବହୁତ ଅଧିକ ସମୟ ନେଇଥାନ୍ତି | ଦୁଇଟି ଆହାରର ମିଶ୍ରଣ ମଧ୍ୟ ହଜମ ହେବାକୁ ଅଲଗା ଅଲଗା ସମୟ ନେଇଥାଏ | ଏହାଦ୍ୱାରା ପେଟରେ ଯନ୍ତ୍ରଣା, ଗ୍ୟାସ, ଥକାପଣ ଦେଖାଦେଇଥାଏ |

ସାଲାଡ଼, ସୁପ, ମିଠା, ତରକାରୀ ଆଦି ରୋଷେଇ କରିବା ସମୟରେ ବିଭିନ୍ନ ପ୍ରକାର ପନିପରିବା ମିଶ୍ରଣ କରାଯାଇଥାଏ | କିନ୍ତୁ କାକୁଡି ଓ ଟମାଟୋର ମିଶ୍ରଣ ଅଧିକ ସମୟରେ ମେଟାବୋଲିକ ସ୍ଥର କମ କରିବାର କାରଣ ହୋଇଥାଏ | ସାଲାଡ଼ରେ ମିଶ୍ରଣ ହୋଇଥିବା ସମସ୍ତ ପରିବା ହଜମ ହେବାପାଇଁ ଅଲଗା ଅଲଗା ସମୟ ନେଇଥାଏ | କିଛି ସହଜରେ ହଜମ ହୋଇଯାଇଥିବା ବେଳେ ଆଉ କିଛି ଶରୀରରେ ଅଧିକ ସମୟ ଯାଏଁ ରହିଥାଏ |

କାକୁଡିରେ ଅଧିକ ମାତ୍ରାରେ ଜଳୀୟ ଅଂଶ ଥିବାରୁ ପେଟ ପାଇଁ ହାଲୁକା ପ୍ରମାଣିତ ହୋଇଥାଏ ଏବଂ ହଜମ ହେବାପାଇଁ କମ ସମୟ ନେଇଥାଏ | କିନ୍ତୁ ଟମାଟୋ ଓ ଟମାଟୋ ମଞ୍ଜି ହଜମ ହେବାକୁ ଅଧିକ ସମୟ ନେଇଥାଏ | ସେଥିପାଇଁ ଏହିଭଳି ଦୁଇଟି ପରିବାକୁ ମିଶାଇ ଖାଇବା ଦ୍ୱାରା ଫର୍ମେଣ୍ଟେସନ ପ୍ରକ୍ରିୟାରେ ଗ୍ୟାସ ଓ ତରଳ ପଦାର୍ଥ ନିର୍ଗତ ହୋଇଥାଏ | ଯାହାଫଳରେ ଅନେକ ରୋଗ ହେବାର ଆଶଙ୍କା ଥାଏ | ଏହା ଶରୀରକୁ ଲାଭ ଦେବା ବଦଳରେ କ୍ଷତି କରାଇଥାଏ ଆଶଙ୍କା ରହିଥାଏ | ସେଥିପାଇଁ କାକୁଡି ଓ ଟମାଟୋକୁ ମିଶାଇ ଖାଇବା ଅନୁଚିତ |  (ଏରନ ନ୍ୟୁଜ ବ୍ୟୁରୋ ରିପୋର୍ଟ)

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Visit / share / like/ subscribe our channel for News & Views

Web-Portal       Facebook       You-tube

Whats-app = 9178482265       Mail-Id

Related posts

ଦେଶରେ ୨ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ରାଜ୍ୟରେ ୨୨୪୫ ସଂକ୍ରମିତ

Simun Naik

ଭାରତ ସ୍ୱାଭିମାନ ଟ୍ରଷ୍ଟ ପକ୍ଷରୁ ସ୍ୱତନ୍ତ୍ର ଯୋଗ ପ୍ରଶିକ୍ଷଣ ଶିବିର

Aren News

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୧୪-୬-୨୦୨୧((ସୋମବାର))

Aren News

ଏକ ମନ୍ତବ୍ୟ ଛାଡନ୍ତୁ |