ତାଜା ଖବର
  • Home
  • ଅନ୍ୟାନ୍ୟ
  • ନବରଙ୍ଗପୁର : ବର୍ଷା ପାଇଁ ନିଆରା ପରମ୍ପରା ବେଙ୍ଗ ବେଙ୍ଗୁଲି ବାହାଘର
ଅନ୍ୟାନ୍ୟ ଜୀବନଚର୍ଯ୍ୟା ଫଟୋ ଗ୍ୟାଲେରି ବାଣିଜ୍ୟ ମନୋରଞ୍ଜନ ରାଜ୍ୟ ସାହିତ୍ୟ

ନବରଙ୍ଗପୁର : ବର୍ଷା ପାଇଁ ନିଆରା ପରମ୍ପରା ବେଙ୍ଗ ବେଙ୍ଗୁଲି ବାହାଘର

ନବରଙ୍ଗପୁର/ଏରନ ନ୍ୟୁଜ/୩୦.୦୭   ନବରଙ୍ଗପୁର ଜିଲ୍ଲା ସବୁଠୁ ନିଆରା ଏହାର ପରମ୍ପରା ମଧ୍ୟ ସବୁଠୁ ଭିନ୍ନ । ଅବିଭକ୍ତ କରପୁଟ ଜିଲ୍ଲା ରୁ ବିଚ୍ଛେଦ ହୋଇ ନବରଙ୍ଗପୁର ଜିଲ୍ଲା ଗଠନ ହୋଇଛି । ହେଲେବି ଦେଶିଆ ତଥା ଆଦିବାସୀଙ୍କ ପରମ୍ପରା ଆଜିବି ନବରଙ୍ଗପୁର ଅଞ୍ଚଳରେ ଦେସିଆ ଲୋକଙ୍କ ମନରେ ଛାପ ରହିଛି ।

ଗୋଟିଏ ପରମ୍ପରା ଅଛି ଯଦି ବର୍ଷା ମାସ ହୋଇଥିବ ଏବଂ ଜମି କାମ ଚାଲିଥିବା ସମୟରେ ମୌସୁମୀ ଧୋକା ଦେଇ ବର୍ଷା ନହୁଏ । ତେବେ ଜିଲ୍ଲାର ଗ୍ରାମାଞ୍ଚଳରେ ଭିମା ଦେଓ କୁ ପୂଜା କରାଯାଏ । ଏଭଳି କରିବା ଫଳରେ ବର୍ଷା ହେବ ବୋଲି ବିଶ୍ୱାସ ମଧ୍ୟ ଅଛି । ଏଭଳି ଏକ ପରମ୍ପରା ଜିଲ୍ଲାର କସାଗୁମଡା ବ୍ଲକ ଚିର୍ମା ପଞ୍ଚାୟତ ର କର୍ଚ୍ଛାମାଳ ଗ୍ରାମରେ କାହିଁ କେଉଁ ଦିନରୁ ପାଳିତ ହେଇ ଆସୁଛି । ଏଭଳି କରିବା ରାତିରେ ହିଁ ପ୍ରବଳ ବର୍ଷା ମଧ୍ୟ ହୁଏ ବୋଲି ଗ୍ରାମବାସୀ ମନେ ବିଶ୍ଵାସ କରନ୍ତି ।

ଏହା ବୈଜ୍ଞାନିକ ଯୁଗରେ ବିଶ୍ଵାସ ନହେଲେ ବି ସ୍ଥାନୀୟ ଲୋକେ ଏହାକୁ ଗଭୀରତାର ସହ ନେଇ ପାଳନ କରନ୍ତି । ମାତ୍ର ଆଧୁନିକ ସମାଜ ରେ ଆଦିମ କାଳରୁ ଚାଲି ଆସୁଥିବା ଜିନିଷକୁ ବଚେଇଁ ରଖିବା ଏହା ହିଁ ସଂସ୍କୃତି,ପରମ୍ପରା ଓ ବିଶ୍ୱାସ କହିଲେ ଚଳେ ବୋଲି ଲୋକଙ୍କ ବିଶ୍ୱାସ । ତେବେ ଫଳାଫଳ ଯାହାବି ହେଉ ନା କାହିଁକି ସମାଜରେ ସଂସ୍କୃତି ବଜାୟୀ ରହିଛି ଏବଂ ଆଗାମୀ ଦିନରେ ଯଦି ଆଶାନୁରୂପ ଫଳ ମିଳେ ପରମ୍ପରା ମଧ୍ୟ ବଞ୍ଚି ରହିବ ।
( ନବରଙ୍ଗପୁର ରୁ ମିହିର ଶଙ୍କର ପାତ୍ରଙ୍କ ରିପୋର୍ଟ )

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Visit / share / like/ subscribe our channel for News & Views

Web-Portal       Facebook       You-tube

Whats-app = 9178482265       Mail-Id

Whats-app = 9178482265       Mail-Id

Related posts

ସୁବର୍ଣ୍ଣୁପୁର : ଜିଲ୍ଲାର ଶିକ୍ଷା ବିଭାଗରେ ଶିକ୍ଷକ ବଦଳି ନେଇ ବ୍ୟାପକ ଅନିୟମିତତା

Aren News

ସହିଦ୍ ଦିବସର ସ୍ମୃତି, ସଂବେଦନା ପକ୍ଷରୁ ବୌଦ୍ଧ ଜିଲ୍ଲାରେ ୧୬୫ ୟୁନିଟ ରକ୍ତସଂଗ୍ରହ

Aren News

ବୌଦ୍ଧ ଜିଲାରେ ଦେବସ୍ନାନ ପୁର୍ଣ୍ଣିମା

Aren News

ଏକ ମନ୍ତବ୍ୟ ଛାଡନ୍ତୁ |