ବୌଦ୍ଧ / ଏରନ୍ ନ୍ୟୁଜ / ୨୪ – ୦୭ ବୌଦ୍ଧ ଜିଲ୍ଲାରେ ଆଜି କରୋନା ପଜିଟିଭଙ୍କ ବିସ୍ଫୋରଣ ଘଟିଛି । ଆଜି ୪୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏତେ ସଂଖ୍ୟକ କରୋନା ପଜିଟିଭ ଜଣାପଡିବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଏକ କୋକୁଆ ଭୟ ସୃଷ୍ଟି ହୋଇଛି । ଆଜି ଚିହ୍ନଟ ୪୧ ଜଣଙ୍କ ମଧ୍ୟରୁ ୧୪ ଜଣ ଜିଲାର ବିଭିନ୍ନ ସ୍ଥାନରୁ ହୋଇଥିବା ବେଳେ କେବଳ ସହରରୁ ୨୭ ଜଣ ଚିହ୍ନଟ ହୋଇଛନ୍ତି ।
ମିଳିଥିବା ସୂଚନାରୁ ପ୍ରକାଶଯେ, ବୌଦ୍ଧ ସହରର ଜିଲାପାଳଙ୍କ କାର୍ଯ୍ୟାଳୟରୁ – ୩ , ଜିଲା ମୁଖ୍ୟ ଚିକିତ୍ସାଳୟୟରୁ – ୭, ଡିଆରଡିଏରୁ – ୧୨, ଅବକାରୀ ବିଭାଗରୁ – ୬, କଚେରୀ ଛକରୁ – ୫, ପୋଡାପଡାରୁ- ୧, ବଘିଆପଡା – ୧, ବଲାସିଂଗା- ୧, ଜହ୍ନାପଙ୍କରୁ- ୧, ଦହ୍ୟା – ୧, ସରସରା – ୧ ଓ ଖୁଂଟବନ୍ଧରୁ- ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଜିଲାରେ ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ କେତେକଙ୍କୁ ବୌଦ୍ଧ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ କେତେକଙ୍କୁ ହୋମ କ୍ୱାରେନଟାଇନରେ ରଖାଯାଇଛି । ଆଜିର ୪୧ ଜଣଙ୍କୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୩ କୁ ବୃଦ୍ଧି ହୋଇଛି । ଅନ୍ୟ ପକ୍ଷରେ ୫୦ ଜଣ କରୋନା ପଜିଟିଭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Visit / share / like/ subscribe our channel for News & Views
Whats-app = 9178482265 Mail-Id