ବୌଦ୍ଧ / ଏରନ୍ ନ୍ୟୁଜ / ୨୯-୦୬ କରୋନା ମହାମାରୀ ସମୟରେ ନିଜ ଗ୍ରାମକୁ କିପରି କରୋନା ମୁକ୍ତ ରଖିବା ସେ ନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି ବେସରକାରୀ ସଂଗଠନ ଫ୍ରେଣ୍ଡସିପ କ୍ଳବ । ବୌଦ୍ଧ ଜିଲା ତେତେଲେଙ୍ଗା ଗ୍ରାମରେ ସଂଗଠନ ପକ୍ଷରୁ ଏନେଇ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଅଛି । ଗ୍ରାମର ବିଭିନ୍ନ ସଂଘ ଓ ମହିଳା ସମିତିକୁ ନେଇ ଗ୍ରାମର ସମସ୍ତେ ଯେପରି ନିୟମିତ ପାଇଖ।।ନା ବ୍ୟବହାର କରିବେ, ପରିବେଶକୁ ସ୍ୱଚ୍ଛ ରଖିବେ , ଘର ସମ୍ମୁଖରେ ପାଣି ଓ ସାବୁନ ରଖି ନିୟମିତ ହାତ ଧୋଇବା, ସାମାଜିକ ଦୂରତ୍ୱ ବଜାୟ ରଖିବା, ସର୍ବଦା ମାସ୍କ ବ୍ୟବହାର କରିବା ନେଇ ଘରଘର ବୁଲି ଗ୍ରାମବାସୀଙ୍କୁ ସଚେତନ କରିଥିଲେ । ଏହି ଅବସରରେ ଏକ ସଚେତନତା ରାଲି ଗ୍ରାମ ପରିକ୍ରମା କରିଥିଲା । ଏହା ସହିତ ଗ୍ରାମରେ ସଫେଇ କରାଯିବା , ବୃକ୍ଷ ରୋପଣ କରାଯିବା ସହିତ ଲୋକଙ୍କ ହାତଧୋଇବା ଓ ମାସ୍କ ବ୍ୟବହାର କରିବା ନେଇ ତାଲିମ ପ୍ରଦାନ କରିଥିଲେ । ଅନୁଷ୍ଠାନର କର୍ମକର୍ତା ଓ ସଦସ୍ୟ ସଦସ୍ୟାମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ( ରିପୋର୍ଟ ଏରନ୍ ନ୍ୟୁଜ ବ୍ୟୁରୋ )
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Visit / share / like/ subscribe our channel for News & Views
Whats-app = 9178482265 Mail-Id