• Home
  • ଅନ୍ୟାନ୍ୟ
  • ବୌଦ୍ଧ : କାର ସହିତ ବାଇକର ମୁହାଁମୁହିଁ ଧକ୍କା, ୧ ମୃତ , ୩ ଆହାତ, ଟ୍ରକ କୁ ପିଟି ଆଉ ଜଣେ ଆହତ
ଅନ୍ୟାନ୍ୟ ଅପରାଧ ରାଜ୍ୟ

ବୌଦ୍ଧ : କାର ସହିତ ବାଇକର ମୁହାଁମୁହିଁ ଧକ୍କା, ୧ ମୃତ , ୩ ଆହାତ, ଟ୍ରକ କୁ ପିଟି ଆଉ ଜଣେ ଆହତ

ବୌଦ୍ଧ / ଏରନ୍ ନ୍ୟୁଜ / ୨୯-୦୬ ବୌଦ୍ଧ ଥାନା ଅନ୍ତର୍ଗତ ଗମ୍ଭାରିପଦର ଗ୍ରାମ ଠାରେ ସୋମବାର ଅପରାହ୍ନରେ ଏକ କାର ସହିତ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଆହାତ ହୋଇଛନ୍ତି । ଖୋର୍ଦ୍ଧା-ବୌଦ୍ଧ-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥର ଗମ୍ଭାରିପଦର ଛକ ଠାରେ ବୌଦ୍ଧ ରୁ ନିଜ ଗୁଢ଼ିଆଳି ଗ୍ରାମକୁ ୩ ଜଣ ଗୋଟିଏ ବାଇକ ( ଓଡି୨୭ ବି ୦୫୩୧ ) ରେ ଯାଉଥିବା ସମୟରେ ସାମନାପଟୁ ଆସୁଥିବା ଏକ କାର ( ଓଆର ୨୭ – ୨୩୨୨ )ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ମୃତକ ଜଣକ ହେଲେ ଗୁଢ଼ିଆଳି ଗ୍ରାମର ତ୍ରିଲୋଚନ ପ୍ରଧାନ ବୟସ -୩୨ । ଏହି ଧକ୍କାରେ ଆହାତ ହୋଇଥିବା ସମ୍ଭୁ ନାୟକ , ଶାନ୍ତନୁ ମଲିକ ଓ କାର ଚାଳକ ଙ୍କୁ ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଅଛି । ପୋଲିସ ଏନେଇ ଏକ କେଶ ରୁଜୁ କରି ତଦନ୍ତ କରୁଅଛି । ସେହିପରି ଖାଲିଅବଗିଚା ନିକଟସ୍ଥ ହୋଟେଲ ରାଜଭୋଗ ପାଖରେ ଏକ ଟ୍ରକର ପଛପଟେ ଏକ ବାଇକ ଧକ୍କା ଦେବାଫଳରେ ବାଇକ ଚାଳକ ମୁଣ୍ଡରେ ଆଘାତ ହୋଇଛି । ବାଇକରେ ଦୁଇଜଣକ ମଧ୍ୟରୁ ଜଣେ ବ୍ୟକ୍ତି ମହିନ୍ଦ୍ର। ଶୋରୁମ ର କର୍ମଚାରୀ । ବାଇକ ଚାଳକଙ୍କୁ ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଅଛି । ( ରିପୋର୍ଟ ଏରନ୍ ନ୍ୟୁଜ ବ୍ୟୁରୋ )

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Visit / share / like/ subscribe our channel for News & Views

Web-Portal       Facebook       You-tube

Whats-app = 9178482265       Mail-Id

Related posts

କଣିହାଁ : ଆସପଣ୍ତ୍ ରେ କାର୍ଯ୍ୟ କରୁଥିବା ଯୁବକ କୁ ହତ୍ୟା , ଘଟଣାସ୍ଥଳରେ ଉତ୍ତେଜନା

Aren News

ନାକଟିଦେଉଳ: ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

Aren News

ଜିଲାର ସବୁ ଜଙ୍ଗଲରେ ନିଆଁ , ପଦ୍ମତୋଳା ଜଙ୍ଗଲରେ ନିଆଁଲଗାଇ ଦୁଇ ଜଣ ଗିରଫ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |