• Home
  • ଅନ୍ୟାନ୍ୟ
  • ସମ୍ବଲପୁର ଓ ସୁବର୍ଣ୍ଣୁପୁର ଠାରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ କଂଗ୍ରସର ବିକ୍ଷୋଭ
ଅନ୍ୟାନ୍ୟ ଫଟୋ ଗ୍ୟାଲେରି ରାଜନୀତି ରାଜ୍ୟ

ସମ୍ବଲପୁର ଓ ସୁବର୍ଣ୍ଣୁପୁର ଠାରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ କଂଗ୍ରସର ବିକ୍ଷୋଭ

ସମ୍ବଲପୁର/ ସୁବର୍ଣ୍ଣପୁର / ଏରନ୍ ନିୟୁଜ / ୨୯-୦୬ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରାଯାଇଛି । କଂଗ୍ରେସ ନଗର ସଭାପତି ସୁଧିର ପଣ୍ଡାଙ୍କ ନେତୃତ୍ୱରେ କଂଗ୍ରେସ କର୍ମିମାନେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ତେଲ ଦର ଅହେତୁକ ବୃଦ୍ଧି ଯୋଗୁଁ ସାଧାରଣ ଖାଉଟି ବେଶ ପ୍ରଭାବିତ ହେଉଥିବାବେଳେ ଏହାର ପ୍ରଭାବରେ ଦରଦାମ ମଧ୍ୟ ବୃଦ୍ଧି ହେଉଥିବା ଅଭୀଯୋଗ ହୋଇଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥି ପ୍ରତି ଦୃଷ୍ଟି ଦେବା ସହ ଆଗାମି ଦିନରେ ଏହାର ଦାମ କମ ନକଲେ କଂଗ୍ରେସ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।


ସେହିପରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଦି ପ୍ରତିବାଦରେ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଆଗରେ ବିକ୍ଷୋଭ ପ୍ରଦର୍ସନ କରାଯାଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଶ୍ୱିନୀ ଗୁରୁଙ୍କ ନୈତୁତ୍ତରେ କଂଗ୍ରେସ ସଭ୍ୟ ମାନେ ବିରୋଧ ପ୍ରଦର୍ସନ କରିବା ସହ ତୈଳ ଦର ବୄଦ୍ଦି ପାଇଁ ସିଧାସଳଖ ମୋଦି ସରକାର ଙ୍କୁ ଦାୟୀ କରିଥିଲେ । ଏହା ସହ ପ୍ରତିଦିନ ଡିଜେଲ ଓ ପେଟ୍ରୋଲ ଦର ହୁ ହୁ ହୋଇବୃଦ୍ଧି ପାଉଥିବା ବେଲେ ଏହାକୁ ନିଅନ୍ତ୍ରଣ କରିବାରେ କେନ୍ଦ୍ର ସରକାର ଫେଲ ମାରିଛି ବୋଲି ସମ୍ବଲପୁର କଂଗ୍ରେସ ଅଭିଯୋଗ କରିଛି । ଏନେଇ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି ।
( ସୁବର୍ଣ୍ଣପୁରରୁ ମୀନାକ୍ଷୀ ମହାକୁଡ଼ ଓ ସମ୍ବଲପୁରରୁ ସନ୍ତୋଷିନୀ ନାୟକଙ୍କ ରିପୋର୍ଟ )

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Visit / share / like/ subscribe our channel for News & Views

Web-Portal       Facebook       You-tube

Whats-app = 9178482265       Mail-Id

Related posts

ବୌଦ୍ଧ ଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

Aren News

ରାଜ୍ୟରେ ୮୩୧୩ ଜଣ ଓ ବୌଦ୍ଧରେ ୨୦୯ ଜଣ କରୋନା ପଜିଟିଭ ଚିହ୍ନଟ

Aren News

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୨୧-୧୨-୨୦୨୧((ମଙ୍ଗଳବାର))

Aren News

ଏକ ମନ୍ତବ୍ୟ ଛାଡନ୍ତୁ |