• Home
  • ଅନ୍ୟାନ୍ୟ
  • ସୁବର୍ଣ୍ଣୁପୁର : ଜିଲ୍ଲାର ଶିକ୍ଷା ବିଭାଗରେ ଶିକ୍ଷକ ବଦଳି ନେଇ ବ୍ୟାପକ ଅନିୟମିତତା
ଅନ୍ୟାନ୍ୟ ରାଜନୀତି ରାଜ୍ୟ ସାହିତ୍ୟ

ସୁବର୍ଣ୍ଣୁପୁର : ଜିଲ୍ଲାର ଶିକ୍ଷା ବିଭାଗରେ ଶିକ୍ଷକ ବଦଳି ନେଇ ବ୍ୟାପକ ଅନିୟମିତତା

ସୁବର୍ଣ୍ଣପୁର / ଏରନ୍ ନିୟୁଜ / ୨୮ -୦୬  ସୁବର୍ଣ୍ଣୁପୁର ଜିଲ୍ଲା ସୋନପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଚର୍ଚ୍ଚାରେ । ସରକାରୀ ନୀତି ନିୟମକୁ ଖାତି ନକରିି ବ୍ଲକ ଶିକ୍ଷା ଅଧିକାରୀ ବେଆଇନଭାବେ ଶିକ୍ଷକ ବଦଳି କରି ମାଲେମାଲ ହୋଇଥିବା ଅଭିଯୋଗ ଆସିଛି । ବିଦ୍ୟାଳୟମାନଙ୍କରେ ଏକରୁ ଅଧିକ ଶିକ୍ଷକ ଥିଲେ ମଧ୍ୟ ମନଇଚ୍ଛା ଗୋଟିଏ ଶିକ୍ଷକ ଦର୍ଶାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଦଳି କରିଥିବା ସୁଚନା ଅଧିକାର ଆଇନ ବଳରେ ମିଳିଛି ପ୍ରମାଣ ।

ଏହି ବଦଳି କେଳେଙ୍କାରୀରେ ବ୍ୟାପକ ଅନିୟମିତତା ହେଉଥିବା ଖୋଦ ଶିକ୍ଷକ ମାନେ ଅଭିଯୋଗ କରିଛନ୍ତି ।  ଶିକ୍ଷା ବିଭାଗର କଡା ନିର୍ଦେଶ ରହିଛି ଜିଲ୍ଲା ସ୍ତରୀୟ ବଦଳି କମିଟି, ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଶିକ୍ଷକ ବଦଳି କରାଯାଇ ପାରିବ । ଯେଉଁ ବିଦ୍ୟାଳୟରେ ଜଣେ ଶିକ୍ଷକ ଥିବେ ସେହି କ୍ଷେତ୍ରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅତି ଜରୁରୀ ଥିଲେ ଶିକ୍ଷକକୁ ବଦଳି କରିପାରିବେ । ହେଲେ ନିୟମକୁ ଢାଲ କରି ଖୋଦ ସୋନପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ମନଇଚ୍ଛା ବଦଳି କରିଥିବା ଅଭିଯୋଗ ହେଉଛି । ଜଣେ ଶିକ୍ଷକ ନିୟମକୁ ଜାଲିଆତି କରି ସୋନପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ କିପରି ବଦଳି କରିଛନ୍ତି ତାର ପ୍ରମାଣ ମିଳିଛି ଆରଟିଆଇ ବଳରେ । ଆଉ ଏହି ବଦଳି ବାବଦରେ ଆଦାୟ ହେଉଛି ମୋଟା ଅଙ୍କର ଅର୍ଥ ।

ଦେଖନ୍ତୁ ଏହି ରିପୋର୍ଟକୁ ସୋନପୁର ପୌର ପରିଷଦରେ ଥିବା ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ରାଜଲକ୍ଷ୍ଣୀ ସାହୁ ଏହି ବିଦ୍ୟାଳୟରୁ ବଡବଜାର ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଛି ଏବଂ ସେହି ବିଦ୍ୟାଳୟରୁ ତପସ୍ପିନୀ ଦାସଙ୍କୁ ଆଦର୍ଶ ବିଦ୍ୟାଳୟକୁ ଅଣାଯାଇଛି । ସୋନପୁର ଗୋଷ୍ଠୀ ଅଧିକାରୀଙ୍କ ଅଫିସ ଅର୍ଡର ନମ୍ବର ୨୧୨୬ ତାରିଖ ୨୭ ସେପ୍ଟେମ୍ବର ୨୦୧୯ ଉଭୟ ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକ ଥିବାରୁ ବଦଳି କରାଯାଇଥିବା ଦର୍ଶାଇଛନ୍ତି । କେବଳ ସେତିକି ନୁହେଁ ଆଦର୍ଶ ବିଦ୍ୟାଳୟରେ ଜଣେ ନୁହେଁ ସାତ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି । ଠିକ ସେହିପରି ବଡବଜାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଜଣେ ନୁହେଁ କି ଦୁଇ ଜଣ ନୁହେଁ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି । ଗୋଷ୍ଠୀ ଶିକ୍ଷା ଅଧିକାରୀ ନୀତି ନିୟମକୁ ଉଲଂଘନ ମନ୍ଦ ଉଦ୍ଦେଶ୍ୟ ରଖି ବଦଳି କରୁଥିବା ଖୋଦ ଶିକ୍ଷକ ମାନେ ଅଭିଯୋଗ କରିଛନ୍ତି ।

ଖାଲି ବଡବଜାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କି ଆଦର୍ଶ ବିଦ୍ୟାଳୟ ନୁହେଁ ଏହି ବ୍ଲକର କୁଡାଡେରା ଓ କୁଦୋପାଲି ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଜଣେ ଶିକ୍ଷକ ଦର୍ଶାଇ ଏଠାରୁ ଶିକ୍ଷକ ବଦଳି କରାଯାଇଛି । ସେହି ସମାନ ତାରିଖରେ ଅର୍ଡର ନମ୍ବର ଭିନ୍ନ ତାରିଖ ଦର୍ଶାଇ ସୋନପୁର ଗୋଷ୍ଠୀ ଅଧିକାରୀଙ୍କ ଅଫିସ ଅର୍ଡର ନମ୍ବର ୨୧୨୨ ତାରିଖ ୨୭ ସେପ୍ଟେମ୍ବର ୨୦୧୯ ଦୁଇ ଜଣ ଶିକ୍ଷକ ବଦଳି କରନ୍ତି । ଏହି ଦୁଇ ବିଦ୍ୟାଳୟରେ ମଧ୍ୟ ଜଣେ ନୁହେଁ କୁଦୋପାଲିରେ ୫ ଜଣ ଶିକ୍ଷକ ଏବଂ କୁଡାଡେରାରେ ଦୁଇ ଜଣ ଶିକ୍ଷକ ଅଛନ୍ତି । କିନ୍ତୁ ଗୋଷ୍ଠୀ ଶିକ୍ଷା ଅଧିକାରୀ କିପରି ଜଣେରୁ ଅଧିକ ଶିକ୍ଷକ ଥିବା ବିଦ୍ୟାଳୟମାନଙ୍କରେ ଜଣେ ଶିକ୍ଷକ ଥିବା ଦର୍ଶାଇ ବଦଳି କରୁଛନ୍ତି ତାର ପ୍ରମାଣ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ସୂଚନାରୁ ଜଣା ପଡିଛି । ଜଣେ ଶିକ୍ଷକ ନିୟମରେ ନୁହେଁ ମିଚୁଆଲ ଅଣ୍ଡରଷ୍ଟାଡିଙ୍ଗ ନିୟମ ଓ ଏକାଡେମୀ ସପୋର୍ଟ ଦର୍ଶାଇ ମଧ୍ୟ ଅନେକ ଶିକ୍ଷକକୁ ବଦଳି କରିଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ ଯାହାକି ସରକାରୀ ନିୟମର ବିରୋଧୀ । ତାଙ୍କ ବିଦ୍ୟାଲୟରେ ଜଣେରୁ ଅଧିକ ଶିକ୍ଷକ ଥିଲେ କିପରି ଗୋଷ୍ଠୀ ଶିକ୍ଷା ଅଧିକାରୀ ତାଙ୍କ ବିଦ୍ୟାଳୟକୁ ଗୋଟିଏ ଶିକ୍ଷକ ବିଦ୍ୟାଳୟ ଦର୍ଶାଇଛନ୍ତି ସେନେଇ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଗ୍ରାମବାସୀଙ୍କୁ ଆପତ୍ତି ଉଠାଇଛନ୍ତି ।
ଗୋଟିଏ ବର୍ଷ ଭିତରେ ଗୋଷ୍ଠୀ ଅଧିକାରୀ ଅନେକ ମନଇଚ୍ଛା ବଦଳି କରିଚାଲିଛନ୍ତି । ଏହା ବଦଳରେ ଆଦାୟ କରିଛନ୍ତି ଲକ୍ଷାଧିକ ଟଙ୍କା । ଯିଏ ଟଙ୍କା ଦେଇ ପାରିଲା ସେ ଭଲ ସ୍କୁଲରେ ରହିଲା । ତେବେ ଏହାକୁ ଅଭିଭାବକ ଏବଂ ବୁଦ୍ଧିଜୀବୀ ମହଲରେ ନିନ୍ଦା କରିବା ସହିତ ଗୋଷ୍ଠୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ ହେଉଛି । କାରଣ ଏହି ବଦଳି ଯୋଗୁଁ ପାଠ ପଢାରେ ମଧ୍ୟ ବ୍ୟାଘାତ ହେଉଛି । ଅପର ପକ୍ଷେ ପ୍ରତିକ୍ରିୟା ଦେବାକୁ ସରକାର ମନା କରିଛନ୍ତି ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ କହିଛନ୍ତି । ଅନ୍ୟପଟେ ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ ଏହି ଘୋଟାଲାରେ ସାମିଲ ହୋଇ ନିରବ ସମର୍ଥନ ଜଣାଇଛନ୍ତି ।ବେଆଇନ ଭାବେ ଚାଲିଥିବା ଶିକ୍ଷକ ବଦଳିକୁ ଦେଖିଲେ ସ୍ପଷ୍ଟ ଜଣା ପଡୁଛି କେମିତି ଚାଲିଛି ସୁବର୍ଣ୍ଣପୁର ଶିକ୍ଷା ବିଭାଗ । ଏହାର ବିଧିବଦ୍ଧ ତଦନ୍ତ ସହ ଦୋଷି ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବି ହେଉଛି ।
( ସୁବର୍ଣ୍ଣପୁର ରୁ ମୀନାକ୍ଷୀ ମହାକୁଡ଼ଙ୍କ ରିପୋର୍ଟ )

ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ

Visit / share / like/ subscribe our channel for News & Views

Web-Portal       Facebook       You-tube

Whats-app = 9178482265       Mail-Id

Related posts

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୧୨-୪-୨୦୨୧((ସୋମବାର))

Aren News

ଆଜିର ରାଶିଫଳ ଓ ମହାବୀର ପଞ୍ଚାଙ୍ଗ – ୧-୧୧-୨୦୨୧((ସୋମବାର))

Aren News

ସମ୍ବଲପୁର : ଭୁଜାଲି ଦ୍ଵାରା ଆକ୍ରମଣ, ଜଣେ ଯୁବକ ଗୁରୁତର

Aren News

ଏକ ମନ୍ତବ୍ୟ ଛାଡନ୍ତୁ |