ଭୁବନେଶ୍ୱର / ଏରନ୍ ନ୍ୟୁଜ୍/୨୮-୦୬ କରୋନା ରୋଗୀଙ୍କ ପାଇଁ ଖୁସି ଖବର, କେନ୍ଦ୍ର ସରକାର ଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଡେକ୍ସାମେଥାସୋନ୍ ନାମକ ଏକ ଷ୍ଟେରଏଡ୍ ଡ୍ରଗ୍ କୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଅନୁମତି ପ୍ରଦାନ କରାଯାଇଛି ମଧ୍ୟମ ତଥା ଗୁରୁତର ଲକ୍ଷଣ ବିଶିଷ୍ଟ କରୋନାଭାଇରସ୍ ରୋଗୀଙ୍କ ଚିକିତ୍ସା ପାଇଁ ମିଥାଇଲପ୍ରେଡନିସୋଲୋନର ବିକଳ୍ପ ଭାବରେ ଷ୍ଟେରଏଡ୍ ଡ୍ରଗ୍ ଡେକ୍ସାମେଥାସୋନ୍ ବ୍ୟବହାର କରାଯାଇପାରିବ । ବ୍ରିଟିଶ କ୍ଲିନିକାଲ ପରୀକ୍ଷଣ ପରେ ଏହା ଗୁରୁତର ଅସୁସ୍ଥ ଥିବା କରୋନାଭାଇରସ୍ ରୋଗୀଙ୍କ ଜୀବନ ରକ୍ଷା କରିପାରିବାର କ୍ଷମତା ଥିବା ଜାଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡେକ୍ସାମେଥାସୋନ୍ ଉତ୍ପାଦନରେ ଶୀଘ୍ର ବୃଦ୍ଧି ପାଇଁ ନିର୍ଦେଶ ଦେଇଛି । ଏହାସହ ଆର୍ଥରାଇଟିସ୍ ଭଳି ରୋଗର ପ୍ରଭାବକୁ ହ୍ରାସ କରିବା ସହ ଅମ୍ଳଜାନ ସହାୟତା ଆବଶ୍ୟକ କରୁଥିବା ରୋଗୀ ମଧ୍ୟ ଡେକ୍ସାମେଥାସୋନରେ ବ୍ୟବହାର କରିପାରିବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି “କ୍ଲିନିକାଲ୍ ମ୍ୟାନେଜମେଣ୍ଟ ପ୍ରୋଟୋକଲ୍: କୋଭିଡ-୧୯” ଡକ୍ୟୁମେଣ୍ଟରେ ଦର୍ଶାଯାଇଛି। ( ରିପୋର୍ଟ – ଏରନ୍ ନିୟୁଜ ବ୍ୟୁରୋ )
Visit / share / like/ subscribe our channel for News & Views
Whats-app = 9178482265 Mail-Id