ବୌଦ୍ଧ / ଏରନ୍ ନିୟୁଜ / ୧୧-୦୬
ବୌଦ୍ଧ ଜିଲାରେ କରୋନା ପଜିଟିଭଙ୍କ ସଖ୍ୟା ବଢ଼ିବାରେ ଲାଗିଛି । ଆଜି ଆଉ ୩ ଜଣ ପ୍ରବାସୀ ଶ୍ରମିକ ପଜେଟିଭ ଭାବେ ଚିହ୍ନଟ ହୋଇଛନ୍ତି । ଏହି ପଜିଟିଭ ୩ ଜଣ ବନ୍ଧାପଥର ସଂଗରୋଧ କେନ୍ଦ୍ରରେ ରହୁଥିଲେ । ବନ୍ଧାପଥର ସଂଗରୋଧ କେନ୍ଦ୍ରରେ ଏବେ ୧୨ ଜଣ ପ୍ରବାସୀ ଶ୍ରମିକ ଅଛନ୍ତି । ଏମାନେ ସବୁ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡିଛି । ଆଜି ରିପୋର୍ଟ ଆସିବା ପରେ ପଜିଟିଭ ୩ ଜଣଙ୍କୁ ବୌଦ୍ଧ କୋଭିଡ ସେଂଟରକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିବା ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି । ଜିଲାର ପଜିଟିଭ ମାନଙ୍କ ମଧ୍ୟରୁ ଇତିମଧ୍ୟରେ ୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି । ( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
Visit / share / like/ subscribe our channel for News & Views
Whats-app = 9178482265 Mail-Id