ନବରଙ୍ଗପୁର/ଏରନ୍ ନ୍ୟୁଜ / ୨୩-୦୫
ନବରଙ୍ଗପୁର ଜିଲ୍ଲାକୁ ଡେଇଁଲା କରନା । ଅକ୍ରାନ୍ତ ଜଣକ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଂଚଳର ୨୦ ବର୍ଷୀୟ ଯୁବକ ବୋଲି ସୁଚନା ମିଲିଛି । ଆକ୍ରାନ୍ତ ଜଣକ ଆନ୍ଧ୍ରପ୍ରଦେଶ ଫେରନ୍ତା ହୋଇଥିବା ବେଳେ 14 ତାରିଖରୁ ଚନ୍ଦାହାଣ୍ଡି ବ୍ଲକ ବନ୍ଧକଣା କ୍ୱାରନଟାଇନ ସେଣ୍ଟର ରେ ରହୁଥିବା ସୂଚନା ମିଳିଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତରଫରୁ ସୂଚନା ପାଇବା ପରେ ଅକ୍ରାନ୍ତଙ୍କୁ ଭୁବନେଶ୍ୱର ସ୍ଥିତ ସୋମ ମେଡିକାଲ କୁ ଏକ ଆମ୍ବୁଲାନସ ରେ ସ୍ଥାନାନ୍ତରିତ କରାଯାଇଛି । ବର୍ତ୍ତମାନ ସେହି କ୍ୱାରନଟାଇନ ସେଣ୍ଟର ରେ 46 ଜଣ ଆନ୍ଧ୍ରପ୍ରଦେଶ ଫେରନ୍ତା ଶ୍ରମିକ ରହୁଥିବା ବେଳେ ସମସ୍ତଙ୍କର ସ୍ୱାବ ଟେଷ୍ଟ ପାଇଁ ଯାଇଥିଲା ସେଥି ମଧ୍ୟରୁ ଜଣେ ଅକ୍ରାନ୍ତ ହୋଇଥିବା ଜଣାପଡିବା ପରେ ସମସ୍ତ ଙ୍କ ପୁଣିଥରେ ଟେଷ୍ଟ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।
ବର୍ତ୍ତମାନ ଜଣେ ପଜିଟିଭ ଚିହ୍ନନ୍ତ ହେବାପରେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଛି । ଜଣେ ଅକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାବାସୀଙ୍କୁ ଆତଙ୍କିତ ନହେବା ପାଇଁ ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଅପିଲ କରିଛନ୍ତି । ବର୍ତମାନ ସୁଦ୍ଧା ନବରଙ୍ଗପୁର ଜିଲ୍ଲାରୁ ୨୩୧୬ ଜଣ ଙ୍କ ନମୁନା ଟେଷ୍ଟ ପାଇଁ ଯାଇ ଥିବା ବେଳେ ୨୧୨୪ ଙ୍କ ନମୁନା ନେଗେଟିଭ ଆସିଥିବା ବେଳେ ଜଣକର ନମୁନା ରେ କରୋନା ଭୁତାଣୁ ପୋଜେଟିଭ ଆସିଛି । ଜିଲ୍ଲା କୁ ୪୭୯୪ ପରବାସୀ ନବରଙ୍ଗପୁର ଜିଲ୍ଲା କୁ ଆସିଥିବା ସୁଚନା ମିଲିଛି।
( ନବରଙ୍ଗପୁର ରୁ ମିହିର ଶଙ୍କର ପାତ୍ର ଙ୍କ ରିପୋର୍ଟ )