କଣିହାଁ / ଏରନ୍ ନିୟୁଜ / ୧୭ -୦୫
ଅନୁଗୋଳ ଜିଲ୍ଲା କଣିହାଁ ସ୍ଥିତ ଡେରେଙ୍ଗ୍ ଠାରେ ଥିବା ଆସପଣ୍ତ୍ ରେ କାର୍ଯ୍ୟ କରୁଥିବା ସୁପରଭାଇଜର କୁ ହତ୍ୟା ହୋଇଥିବା ପରିବାର ତରଫରୁ ଥାନାରେ ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଲେ କାକୁଡିଆ ଗ୍ରାମର ରୁଲୁ ସାହୁ ।
ଘଟଣା ରୁ ପ୍ରକାଶ ଯେ ଆସପଣ୍ତ୍ ରେ ସାମଲ ବିଲଡର ନାମକ ଏକ ଠିକାଦାର ଙ୍କ ପାଖରେ କାର୍ୟ୍ୟ କରୁଥିବା ବେଳେ ଗତକାଲି ସେ କାମ ସାରି ନିଜ ଘରକୁ ଫେରି ନଥିଲେ । ଆଜି କାମ କରୁଥିବା ଅନ୍ୟ କର୍ମଚାରୀ ମାନେ ମଣିଷର କିଛି ଖଣ୍ଡ ବିଖଣ୍ତ ମାଂସ ପଡିଥିବା ସହ ପାଉଁଶ ରେ ପୋତା ଯାଇଥିବା ରୁଲୁ ସାହୁ ର ଶବ ଦେଖିଥିଲେ । ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖୋଳି ଶବକୁ ଉଦ୍ଧାର କରିବା ସହ , ଏହାର ଅଧିକ ତଦନ୍ତ କରାଯାଉଥିବା ଘଟଣା ଥାନା ଅଧିକାରୀ ପ୍ରଶାନ୍ତ କୁମାର ତ୍ରିପାଠୀ କହିଛନ୍ତି ।
ଘଟଣା ସ୍ଥଳରେ ପାଲଲହଡା ବିଧାୟକ ମୁକେଶ ପାଳ , ପାଲଲହଡା ଏସ୍ଡିପିଓ , କଣିହାଁ ତହସିଲଦାର , କାକୁଡିଆ ସରପଞ୍ଚ , ମୃତକଙ୍କ ପରିବାର ଲୋକ ଓ କମ୍ପାନୀ କର୍ତ୍ତୃପକ୍ଷ ଙ୍କ ମଧ୍ୟରେ ଆଲୋଚନା ପରେ ଏନ୍ଟିପିସି କ୍ଷତି ପୂରଣ ବାବଦକୁ ଶତର ଲକ୍ଷ ଟଙ୍କା ସହ ମେଣ୍ଟନାସ୍ କାର୍ୟ୍ୟ ରେ ମୃତକଙ୍କ ସ୍ତ୍ରୀ ଙ୍କୁ ନିଯୁକ୍ତି ଦେବାପାଇଁ ପ୍ରତିଶ୍ରୁତି ଦେବା ପରେ ଶବ ଉଠାଯାଇଥିଲା ।
(କଣିହାଁରୁ ପୂର୍ଣ୍ଣ ଚନ୍ଦ୍ର ବେହେରା ଙ୍କ ରିପୋର୍ଟ )