ବୌଦ୍ଧ / ଏରନ୍ ନିୟୁଜ / ୧୦-୦୫ ଶେଷରେ କରୋନା ବୌଦ୍ଧ ଜିଲାକୁ ଛୁଇଁଲା । ଆଜି ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ପ୍ରକାରେ ବୌଦ୍ଧ ଜିଲାରୁ ଯାଇଥିବା ରକ୍ତ ନମୁନା ମଧ୍ୟରୁ ୩ ଜଣଙ୍କ ନମୁନା ପଜିଟିଭ ବାହାରିଥିବା ପ୍ରକାଶ କରାଯାଇଛି ।
ସମସ୍ତେ ଗୁଜରାଟ ଫେରନ୍ତା ବୋଲି ସୂଚନା ମିଳିଛି । ଗୁଜରାଟରୁ ଫେରିବା ପରେ ସେମାନଙ୍କୁ କ୍ୱାରେନଟାଇନରେ ରଖାଯାଇଥିଲା । ଆଜି ଠାରୁ ବୌଦ୍ଧ ସହରରେ ସଂନ୍ଧ୍ୟା ୭ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ସଟ୍ଡାଉନ ଘୋଷଣା କରାଯାଇଛି ।