• Home
  • ଅପରାଧ
  • ନାକଟିଦେଉଳ: ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
ଅନ୍ୟାନ୍ୟ ଅପରାଧ ଫଟୋ ଗ୍ୟାଲେରି ରାଜ୍ୟ

ନାକଟିଦେଉଳ: ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ନାକଟିଦେଉଳ / ଏରନ୍ ନିୟୁଜ / ୦୯-୦୫ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ଜାମୁଝରୀ ପଚାଂୟତର ଆଭ୍ୟନ୍ତରୀଣ ତଥା ଦୁର୍ଗମ କୁଡାନାଳୀ ଗ୍ରାମରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ନାକଟିଦେଉଳ ଥାନାରେ ଶନିବାର ଦିନ ଅଭିଯୋଗ ହୋଇଛି ।

ପ୍ରାପ୍ତ ସୁଚନା ଅନୁସାରେ ସଂପୃକ୍ତ ଯୁବତୀ ଜଣଙ୍କ ଶୁକ୍ରବାର ଦିନ ଗ୍ରାମରେ ଥିବା ତାଙ୍କ ଖୁଡି ଘରକୁ ବୁଲି ଯାଇଥିଲେ । ଏହି ସମୟରେ ସେଠାରେ କେହି ନ ଥିବାର ସୁଯୋଗ ନେଇ ଗ୍ରାମର ବୈରାଗୀ ମାଝୀ ଓରଫ ବାବୁଲି ସଂପୃକ୍ତ ଯୁବତୀଙ୍କୁ ନିକଟରେ ଥିବା ନିଜ ଘରକୁ ଜୋରଜବରଦସ୍ତ ଟେକି ନେଇ ଦୁଷ୍କର୍ମ କରିଥିଲା । ଯୁବତୀ ଜଣଙ୍କ ମୁକ୍ତ ବଧିର ଥିବାର ସୁଯୋଗ ନେଇ ବାବୁଲି ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲା ।

ଦୀର୍ଘ ସମୟ ଧରି ଝିଅ ଘରକୁ ନ ଫେରିବାରୁ ପରିବାରବର୍ଗ ଖୋଜା ଖୋଜି କରି ବାବୁଲି ର ଘର ପାଖକୁ ଯାଇ ଦୁଇ ଜଣଙ୍କୁ ଘର ଭିତରେ ଥିବା ଜାଣି କବାଟ ଖୋଲିବାକୁ କହିଥିଲେ । ବାବୁଲି କବାଟ ନ ଖୋଲି ଯୁବତୀ ଜଣଙ୍କୁ ଝରକା ବାଟ ଦେଇ ବାହାରକୁ ଫୋପାଡି ଦେଇଥିଲା । ଏହା ପରେ ଯୁବତୀ ଜଣଙ୍କ ଲାଜରେ ଘରୁ ଜଙ୍ଗଲ ଆଡକୁ ଚାଲି ଯାଇଥିଲା ।

ପରିବାରବର୍ଗ ବହୁ ଖୋଜା ଖୋଜି ପରେ ସଂଧ୍ୟାରେ ପାଇବା ପରେ ଶନିବାର ଦିନ ସକାଳୁ ପରିବାର ଲୋକଙ୍କ ସହ ଥାନାକୁ ଆସି ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏ ନେଇ କେସ ନଂ୭୦ ଏବଂ ଆଇପିସି ୩୭୬ଦଫାରେ ଏକ ମାମଲା ରୁଜୁ କରିଛି । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ତନାଘନା ଚଳାଇଛି ।
ରିପୋର୍ଟ – ସନ୍ତୋଷ କୁମାର ସାହୁ

Related posts

ବୌଦ୍ଧ ଜିଲାରେ ପୋଲିସ ପକ୍ଷରୁ ବ୍ୟାପକ ଗଞ୍ଜାଇ ଗଛ ନଷ୍ଟ

Aren News

ଦେଶ ଦୁନିଆ ର ମୁଖ୍ୟ ଖବର – ସନ୍ଧ୍ୟା ୮ଟା ( ୨୫-୭-୨୦୨୧ )

Aren News

ନବରଙ୍ଗପୁର : ପୋଲିସ ହାଜତ ରୁ 3 ଅଭିଯୁକ୍ତ ଫେରାର

SASWAT

ଏକ ମନ୍ତବ୍ୟ ଛାଡନ୍ତୁ |