ତାଜା ଖବର
  • Home
  • ରାଜ୍ୟ
  • ବୌଦ୍ଧ : ଉଜ୍ୱଳା ଯୋଜନାରେ ମିଳିଲା ମାଗଣା ଗ୍ୟାସ
ଅନ୍ୟାନ୍ୟ ଜୀବନଚର୍ଯ୍ୟା ଫଟୋ ଗ୍ୟାଲେରି ରାଜନୀତି ରାଜ୍ୟ

ବୌଦ୍ଧ : ଉଜ୍ୱଳା ଯୋଜନାରେ ମିଳିଲା ମାଗଣା ଗ୍ୟାସ

ବୌଦ୍ଧ / ଏରନ୍ ନିୟୁଜ / ୦୫-୦୫ ଦେଶରେ ଉଜ୍ୱଳା ଯୋଜନାର ମହିଳା ହିତାଧିକାରୀମାନଙ୍କୁ କେନ୍ଦ୍ର ସରକାର ଏବେ ତିନି ମାସ ପାଇଁ ମାଗଣା ରନ୍ଧନ ଗ୍ୟାସ ଯୋଗାଇ ଦେଉଛନ୍ତି ଯାହାକି ମହିଳା ହିତାଧିକାରୀମାନଙ୍କ ଚିନ୍ତା ଦୂର କରିବା ସହ ସେମାନଙ୍କ ମନରେ ଆନନ୍ଦ ଖେଳାଇ ଦେଇଛି । କରୋନା ମହାମାରୀର ଦୁର୍ଦିନରେ ଏହି ସହାୟତା ପ୍ରଦାନ କରି କେନ୍ଦ୍ର ସରକାର ଅନେକ ସହଯୋଗ କରିଛନ୍ତି ଏବଂ ଏହି ଅସୁବିଧା ସମୟରେ ଗ୍ୟାସ କ୍ରୟ ପାଇଁ ସରକାର ବ୍ୟାଙ୍କ ଖାତାରେ ପଇସା ଦେଇଥିବାରୁ ସେମାନଙ୍କ ପାଇଁ ଏବେ ଜାଳେଣି ଓ ଗ୍ୟାସ ପାଇବା ନେଇ ରହିଥିବା ସମସ୍ୟା ଦୂର ହୋଇଛି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସରଣ୍ଡା ଗ୍ରାମର ଝରଣା ପରିଡା ଏବଂ ଇନ୍ଦିରା ପରିଡା ।

ସେହିପରି ବୌଦ୍ଧ ନିଳଚକ୍ର ଗ୍ୟାସ ଏଜେନ୍ସୀର ଡେଲିଭରୀ ବୟ ହେଲେ ହୃଦାନନ୍ଦ ପରିଡା, ସେ ମଧ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ସହ ଏହି ପରି ଏକ ଅସୁବିଧା ସମୟରେ ଘରକୁଘର ବୁଲି ଗରିବ ମହିଳାଙ୍କୁ ଗ୍ୟାସ ହାଣ୍ଡି ପହଁଚାଇ ଦେଉଥିବାରୁ ସେ ଖୁସି ଅନୁଭବ କରୁଛନ୍ତି ବୋଲି ପ୍ରକାଶ କରିଥିଲେ ।

Related posts

ବୌଦ୍ଧ ଜିଲାରେ ୨ ଜଣ ଓ ରାଜ୍ୟରେ ୪୯୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ଅସହାୟ, ଗରିବଙ୍କୁ ସହାୟତାର ହାତ ବଢ଼ାଇଲେ ସ୍ୱଚ୍ଛାସେବୀମାନେ

Aren News

ନିର୍ମାଣାଧୀନ ମହାନଦୀ ସେତୁରୁ ଖସିପଡି ଅନ୍ୟ ଜଣେ ଶ୍ରମିକଙ୍କ ମୃତ୍ୟୁ, କେତେ ମୁଣ୍ଡ ନେବା ପରେ ଚେତିବ ଠିକା କମ୍ପାନୀ ଓ ପ୍ରଶାସନ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |