ତାଜା ଖବର
  • Home
  • ରାଜ୍ୟ
  • ବୌଦ୍ଧ : ପ୍ରବାସୀ ଶ୍ରମିକଙ୍କ ବସ ଧକ୍‌କାରେ ବାଇକ ଆରୋହୀ ମୃତ
ଅନ୍ୟାନ୍ୟ ଅପରାଧ ଫଟୋ ଗ୍ୟାଲେରି ରାଜ୍ୟ

ବୌଦ୍ଧ : ପ୍ରବାସୀ ଶ୍ରମିକଙ୍କ ବସ ଧକ୍‌କାରେ ବାଇକ ଆରୋହୀ ମୃତ

ବୌଦ୍ଧ / ଏରନ୍ ନିୟୁଜ / ୦୪-୦୫ ବୌଦ୍ଧ ଜିଲା ବାଉଁଶୁଣୀ ଠାରେ ବୌଦ୍ଧ-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ ଉପରେ ପ୍ରବାସୀ ଶ୍ରମିକଙ୍କ ଫେରନ୍ତା ବସ ଧକ୍‌କା ଦେବା ଫଳରେ ଘଟଣାସ୍ଥଳରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ବସଟି ଗୁଜରାଟରୁ ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଗଞ୍ଜାମ ଜିଲାକୁ ଯାଇଥିଲା । ସେଠାରେ ଶ୍ରମିକମାନଙ୍କୁ ଛାଡି ଗୁଜରାଟ ଫେରିବା ବାଟରେ ଏକ ଦୁର୍ଘଟଣା ଘଟିଅଛି । ଏହି ଧକ୍‌କାରେ ମୃତ୍ୟୁ ବରଣ କରିଥିବା ବାଇକ ଚାଳକ ଜଣକ ହେଲେ ବାଉଁଶୁଣୀ ଥାନା ଅନ୍ତର୍ଗତ ଡିମିରିପାଲି ଗ୍ରାମର କ୍ଷେତ୍ର ଦେହୁରୀ । ବାଉଁଶୁଣୀ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଅଛି ।

ଅନ୍ୟ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହାତ ହୋଇଛନ୍ତି । ମନମୁଣ୍ଡା ଥାନା ଅନ୍ତର୍ଗତ ଗୁନ୍ଦୁଲିଆ ନିକଟରେ ଏକ ବାଇକ ଚାଳକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ଯୁବକଙ୍କୁ ଗୁରୁତର ଆହାତ ଅବସ୍ଥାରେ ପ୍ରଥମେ ବାଉଁଶୁଣୀ ଡାକ୍ତରଖାନା ଓ ପରେ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆହାତ ଜଣକ ହେଲେ ବାଉଁଶୁଣୀ ଥାନା ଅନ୍ତର୍ଗତ ଟାଟରକିଲା ଗ୍ରାମର ସୁଶାନ୍ତ ଖଟୁଆ ( ୩୫) ।

Related posts

ବୌଦ୍ଧରେ ଏକ ସପ୍ତାହ ପାଇଁ ଜାରି ହେଲା ନୂଆ ଗାଇଡଲାଇନ

Aren News

କରୋନା ଗ୍ରାଫ – ବୌଦ୍ଧ ଜିଲ୍ଲାରେ ଆଜି ୧୮ ଜଣ ଓ ରାଜ୍ୟରେ ୧୭୦୯ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ଭାରତ ବ୍ୟବସାୟ ବନ୍ଦ ପ୍ରଭାବରେ ବୌଦ୍ଧ ଜିଲ୍ଲାର ସମସ୍ତ ଅଂଚଳରେ ବନ୍ଦ ପାଳିତ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |