ତାଜା ଖବର
  • Home
  • ରାଜ୍ୟ
  • ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ପ୍ରବାସୀ ଶ୍ରମିକଙ୍କୁ ନିୟନ୍ତ୍ରଣ ପାଇଁ କାମ ଆରମ୍ଭ
ଅନ୍ୟାନ୍ୟ ଦେଶ- ବିଦେଶ ଫଟୋ ଗ୍ୟାଲେରି ରାଜନୀତି ରାଜ୍ୟ

ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ପ୍ରବାସୀ ଶ୍ରମିକଙ୍କୁ ନିୟନ୍ତ୍ରଣ ପାଇଁ କାମ ଆରମ୍ଭ

ମନମୁଣ୍ଡା / ବୌଦ୍ଧ -ଏରନ ନିୟୁଜ ୪/୫ ପ୍ରବାସୀ ଓଡ଼ିଆ ଶ୍ରମିକ ମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି । ମନମୁଣ୍ଡା -ବସୁଦେବପାଲି ଡାକବଙ୍ଗଳା ବିଶ୍ୱପା ଢ଼ାବା ଠାରେ ପ୍ରଶାସନ ଓ ପୋଲିସ ତରଫରୁ ଆଜି ଏକ ଚେକ୍ ପୋଷ୍ଟ ସ୍ଥାପନ କରାଯାଇଛି। ଏଠାରେ ସବୁ ଗାଡି ତନଖି କରାଯାଇ ଜିଲ୍ଲା ର ପ୍ରବାସୀ ଙ୍କୁ ଏଠାରେ ରଖାଯାଇ ପ୍ରଶାସନ ତରଫରୁ ସ୍ବତନ୍ତ୍ର ଗାଡି କରି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସଂଗରୋଧ ଗୃହକୁ ପଠାଯିବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କହିଛନ୍ତି ।

ଅଇଁଲାପାଲି ମେଗା ପ୍ରୋଜେକ୍ଟରେ କାମ କରୁଥିବା ସୁନ୍ଦରଗଡ ର 3 ଜଣ ଓ ତମଡା ର 4 ଜଣ ଚାଲି କରି ଘରକୁ ଯାଉଥିବାବେଳେ ପୋଲିସ ଓ ପ୍ରଶାସନ ସେମାନଙ୍କୁ ଅଟକାଇ ରଖିଛି। ସେହିପରି ଡୁଙ୍ଗୁରିପାଲି ରେ କାମକରୁଥିବା 4 ଜଣ ଶ୍ରମିକ ଚାଲିକରି ସେମାନଙ୍କ ଘର ଫୁଲବାଣୀ କୁ ଯାଉଥିଲେ ସେମାନଙ୍କୁ ମଧ୍ୟ ଅଟକ ରଖାଯାଇଥିବା ସୂଚନା ମିଳିଛି । ଅନ୍ୟ ଜିଲ୍ଲାକୁ ଯାଉଥିବା ବସ ଗୁଡିକୁ ଜିଲ୍ଲା ମଧ୍ୟରେ ନ ଅଟକି ବାକୁ ପୋଲିସ ବସ ଚାଳକ ମାନଙ୍କୁ ତାଗିଦ୍ କରାଯାଉଥିବା ଜଣାପଡିଛି ।

Related posts

ବୌଦ୍ଧର ପ୍ରସିଦ୍ଧ ରାମଲୀଳା ଯାତ୍ରା ଚଳିତ ବର୍ଷ ଧୁମ୍‌ଧାମ୍‌ରେ ଆୟୋଜିତ ହେବ

Aren News

ବୌଦ୍ଧ : ବୁଲା ଗାଇଗୋରୁଙ୍କ ସୁରକ୍ଷା ଏବଂ ଦୁର୍ଘଟଣା ରୋକିବାକୁ ବିଜେପିର ଦାବୀ

Aren News

ରାସ୍ତା କଡ଼ରେ ପଡିଛି କୋରନା ପିପିଇ କିଟ୍, ଲୋକେ ଭୟଭୀତ

SASWAT

ଏକ ମନ୍ତବ୍ୟ ଛାଡନ୍ତୁ |