ତାଜା ଖବର
  • Home
  • ରାଜ୍ୟ
  • କରୋନା ଲଢ଼େଇରେ ଅଗ୍ରଣୀ ଯୋଦ୍ଧା : ମାସ୍କ ପ୍ରସ୍ତୁତିରେ ଏସଏଚଜି ମହିଳାଙ୍କ ଉଲ୍ଲେଖନୀୟ ଭୂମିକା
ଅନ୍ୟାନ୍ୟ ବାଣିଜ୍ୟ ରାଜନୀତି ରାଜ୍ୟ

କରୋନା ଲଢ଼େଇରେ ଅଗ୍ରଣୀ ଯୋଦ୍ଧା : ମାସ୍କ ପ୍ରସ୍ତୁତିରେ ଏସଏଚଜି ମହିଳାଙ୍କ ଉଲ୍ଲେଖନୀୟ ଭୂମିକା

ବୌଦ୍ଧ / ଏରନ୍ ନିୟୁଜ / ୦୩-୦୫ କରୋନା ଭୂତାଣୁ କବଳରୁ ରକ୍ଷା ପାଇବାର ଅନ୍ୟତମ ପ୍ରଭାବୀ ଉପାୟ ହେଉଛି ମୁହଁରେ ମାସ୍କ ପିନ୍ଧିବା । ସେଥିପାଇଁ ଘରୁ ବାହାରକୁ ଯାଉଥିବା ଲୋକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ଏଭଳି ସ୍ଥିତିରେ ଦେଶରେ ମାସ୍କ ଚାହିଦା ମେଂଟାଇବା ଉଦ୍ଦେଶ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ମହିଳାମାନେ ମାସ୍କ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ।
ସାରା ଦେଶରେ ବିଭିନ୍ନ ଏସଏଚଜି ମହିଳାଙ୍କ ଦ୍ୱାରା ବର୍ତମାନସୁଦ୍ଧା ୧ କୋଟିରୁ ଅଧିକ ମାସ୍କ ତିଆରି କରାଯାଇସାରିଲାଣି । ଭାରତ ସରକାରଙ୍କ ସହରାଂଚଳ ବ୍ୟାପାର ଓ ଆବାସ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଦୀନ ଦୟାଲ ଉପାଧ୍ୟାୟ ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏୱାଇ-ଏନୟୁଏଲଏମ) ଯୋଜନା ଅଧୀନରେ ଏସଏଚଜି ମହିଳାମାନେ ମାସ୍କ ତିଆରି କରିବାରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଛନ୍ତି । ଏମାନଙ୍କୁ ମିଶନ ପକ୍ଷରୁ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଛି । ଏହି ମହିଳାମାନେ ଦେଶର କରୋନା ବିରୋଧୀ ଲଢ଼େଇରେ ଜଣେ ଜଣେ ଅଗ୍ରଣୀ ଯୋଦ୍ଧା ପାଲଟିଛନ୍ତି ।

Related posts

କରୋନା ରିପୋର୍ଟ – ବୌଦ୍ଧ ଜିଲାରେ ରେକର୍ଡ ସଂଖ୍ୟକ ୯୪ ଜଣ ଓ ରାଜ୍ୟରେ ୪୨୪୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ବୌଦ୍ଧର ଭୂମିପୁତ୍ର ନଟବର ପ୍ରଧାନଙ୍କ ୯୯ତମ ଜନ୍ମବାର୍ଷିକୀ, ମାଲ୍ୟାର୍ପଣ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ

Aren News

କରୋନା ରିପୋର୍ଟ – ବୌଦ୍ଧ ଜିଲାରେ ୩୧ ଜଣ ଓ ରାଜ୍ୟରେ ୨୬୦୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |