ତାଜା ଖବର
  • Home
  • ରାଜ୍ୟ
  • ପ୍ରବାସୀ ଶ୍ରମିକଙ୍କ ଅବାଧ ବୁଲିବା ଜିଲା ପାଇଁ ଶୁଭସୂଚନା ଦେଉ ନାହିଁ
ଅନ୍ୟାନ୍ୟ ଅପରାଧ ଫଟୋ ଗ୍ୟାଲେରି ରାଜନୀତି ରାଜ୍ୟ

ପ୍ରବାସୀ ଶ୍ରମିକଙ୍କ ଅବାଧ ବୁଲିବା ଜିଲା ପାଇଁ ଶୁଭସୂଚନା ଦେଉ ନାହିଁ

ବୌଦ୍ଧ / ଏରନ୍ ନିୟୁଜ / ୦୩-୦୫ ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କ ଘର ବାହୁଡା ଆରମ୍ଭ ହେଲାଣି । ବୌଦ୍ଧ ଜିଲା ମଧ୍ୟ ଦେଇ ଯାଇଥିବା ୫୭ ନଂ ଜାତୀୟ ରାଜପଥ ରାଜ୍ୟର ଏକ ପ୍ରମୁଖ ପରିବହନର ମାଧ୍ୟମ ରହିଅଛି । ଏବେ ବିଭିନ୍ନ ଜିଲାର ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଯାଉଥିବା ବସ ସବୁ ବହୁଳ ମାତ୍ରାରେ ଯାତାୟାତ କରୁଅଛି । ବସରେ ଯାତ୍ରା କରୁଥିବା ପ୍ରବାସୀ ଶ୍ରମିକମାନେ ସରକାରୀ ସର୍ତକତା ନିୟମ ସବୁନମାନି ଜିଲାର ବିଭିନ୍ନ ଅଂଚଳରେ ଓହ୍ଳାଇ ଅବାଧ ଚଳପ୍ରଚଳ କରୁଥିବା ସହିତ ବିଭିନ୍ନ ହୋଟେଲ, ଚା ପାନ ବିସ୍କୁଟ ଦୋକାନ ଗୁଡିକରେ ପ୍ରବେଶ କରୁଥିବା ଦେଖାଯାଉଛି ।

ପ୍ରବାସୀ ଶ୍ରମିକମାନଙ୍କ ମାଧ୍ୟମରେ କୋରୋନା ଭଳି ମହାମାରୀ ଜିଲାରେ ପ୍ରବେଶ ନକରିବ ସେ ଆଶଙ୍କା ଏଡେଇ ଦେଇ ହେବ ନାହିଁ । ବୌଦ୍ଧ ଜିଲାର ପ୍ରବାସୀ ଶ୍ରମିକମାନଙ୍କୁ ମଧ୍ୟ ଖୋଲା ଛାଡି ଦିଆଯାଉଥିବା ଅଭିଯୋଗ ହେଉଅଛି । ଜିଲା ପ୍ରଶାସନ ଅତିତରେ ଯେପରି ଅନ୍ୟ ଜିଲାର ପ୍ରବାସୀ ଶ୍ରମିକଙ୍କ ବସ ଗୁଡିକୁ ପୋଲିସ ସୁରକ୍ଷା ବଳୟ ଭିତରେ ସୀମା ବାହାରକୁ ନେଇ ଛାଡୁଥିଲା, ଆଗକୁ ମଧ୍ୟ ସେପରି ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି । ଏପରିକି ବୌଦ୍ଧ ଜିଲାର ପ୍ରବାସୀ ଶ୍ରମିକମାନଙ୍କୁ ମଧ୍ୟ ପୋଲିସ ସୁରକ୍ଷା ବଳୟ ମଧ୍ୟରେ ସେମାନଙ୍କ ପାଇଁ ଉଦିଷ୍ଟ କ୍ୱାରେନଟାଇନ ସେଣ୍ଟରରେ ପହଁଚାଇବା ସହିତ ସେମାନଙ୍କ ଅବାଧ ଚଳାଚଳକୁ ନିୟନ୍ତ୍ରଣ କରାଯିବାକୁ ବୁଦ୍ଧିଜିବୀମାନେ ମତପ୍ରକାଶ କରିଛନ୍ତି । ପ୍ରଶାସନର ଉଦ୍ୟମ କ୍ରମେ କରୋନାରୁ ଦୂରରେ ରହି ବୌଦ୍ଧ ଜିଲା ଗ୍ର୍ରୀନ ଜୋନ ବର୍ତମାନ ପର୍ଯ୍ୟନ୍ତ ରହିଥିବା ବେଳେ ସାମାନ୍ୟତମ ଅବହେଳା ଜିଲାକୁ ଅରେଞ୍ଜ ଓ ରେଡ ଜୋନରେ ପରିଣତ ହେବା ନେଇ ଆଶଂକା ରହିଛି ।

Related posts

Not using Yes Bank app for money transfers? These may be your best options

admin

ପିତାଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବା ସମୟରେ ଦୁର୍ଘଟଣା, ପୁତ୍ରର ମୃତ୍ୟୁ

Aren News

ସମ୍ବଲପୁର : ଗାଁରେ ଚାନ୍ଦା ସଂଗ୍ରହ କରି ପ୍ରବାସୀଙ୍କୁ  ଖାଦ୍ୟ ଯୋଗାଉଛନ୍ତି…. ଡଙ୍ଗାପାଳ ଗ୍ରାମବାସୀ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |