ତାଜା ଖବର
  • Home
  • ରାଜ୍ୟ
  • ଝାଡଖଣ୍ଡ ରାଜ୍ୟର ୨୩ ଛାତ୍ରଛାତ୍ରୀ ନିଜ ଘର ଅଭିମୁଖେ ବାହାରିଲେ
ଅନ୍ୟାନ୍ୟ ଦେଶ- ବିଦେଶ ଫଟୋ ଗ୍ୟାଲେରି ବାଣିଜ୍ୟ ରାଜନୀତି ରାଜ୍ୟ ସାହିତ୍ୟ

ଝାଡଖଣ୍ଡ ରାଜ୍ୟର ୨୩ ଛାତ୍ରଛାତ୍ରୀ ନିଜ ଘର ଅଭିମୁଖେ ବାହାରିଲେ

ବୌଦ୍ଧ / ଏରନ୍ ନିୟୁଜ / ୦୩-୦୫ ଲକଡାଉନ ଯୋଗୁଁ ବୌଦ୍ଧ ପାଲଝାର ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଝାଡଖଣ୍ଡ ରାଜ୍ୟ ପାକୁର ଜିଲାର ୨୩ ଜଣ ଛାତ୍ରଛାତ୍ରୀ ସେମାନଙ୍କ ଘରକୁ ଫେରିପାରିନଥିଲେ । ଆଜି ଭୋରରୁ ଅଟକି ରହିଥିବା ୨୩ ଜଣ ଛାତ୍ରଛାତ୍ରୀ, ୨ ଜଣ ଶିକ୍ଷକ ଏବଂ ୩ ଜଣ ଅଭିବାବକଙ୍କ ସହ ପାକୁର ଜିଲା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଦିର୍ଘ ଏକ ମାସରୁ ଅଧିକ ସମୟ ହେଲା ଅଟକି ରହିଥିବା ୨୩ ଜଣ ଛାତ୍ରଛାତ୍ରୀ ରାଜ୍ୟ ଏବଂଂ କେନ୍ଦ୍ର ସରକାରଙ୍କ ଉଦ୍ୟମ କ୍ରମେ ସମସ୍ତ ସର୍ତ ପୁରଣ କରି ଶେଷରେ ଆଜି ଯାତ୍ରା ଆରମ୍ଭ କରିଛନ୍ତି ।

ନବୋଦୟ ବିଦ୍ୟାଳୟର ଶିକ୍ଷାନିତି ଅନୁଯାୟୀ ଝାରଖଣ୍ଡ ପାକୁର ଜିଲାର ୨୩ ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଥିଲେ । କୋରନା ନେଇ ସମଗ୍ର ଦେଶରେ ଏକ ଭିନ୍ନ ପ୍ରକାରର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସେମାନେ ଲକଡାଉନ ଯୋଗୁଁ ଫେରିପାରିନଥିଲେ , ଏବେ ଘରକୁ ଫେରିୁଥିବାରୁ ସେମାନେ ଖୁବ ଆନନ୍ଦିତ ଏବଂ ଏଥିପାଇଁ ସରକାର ଏବଂ ଜିଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି ଛାତ୍ରଛାତ୍ରୀମାନେ ।

 

Related posts

ସହିଦ ହୋଇଥିବା ୨୦ଜଣଙ୍କ ମଧ୍ୟରୁ ଓଡ଼ିଶାର୨ଜଣ ଯବାନ

Aren News

ସମ୍ବଲପୁର : ଭିମସାରରେ ରନ୍ଧାଖାଦ୍ୟ ବଣ୍ଟନ କଲେ ପୁର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ

Aren News

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କାକୁ ବୃଦ୍ଧି କଲେ କେନ୍ଦ୍ର ସରକାର

Aren News

ଏକ ମନ୍ତବ୍ୟ ଛାଡନ୍ତୁ |