ତାଜା ଖବର
  • Home
  • ରାଜ୍ୟ
  • ସୁରଟ୍‌ରୁ ଫେରୁଥିବା ବସ୍‌ କଳିଙ୍ଗା ଘାଟୀର ଅନ୍ଧାରକୋଟ ନିକଟରେ ଦୁର୍ଘଟଣା ଗ୍ରସ୍ତ
ଅନ୍ୟାନ୍ୟ ଅପରାଧ ଖେଳ ଜୀବନଚର୍ଯ୍ୟା ଦେଶ- ବିଦେଶ ଫଟୋ ଗ୍ୟାଲେରି ବାଣିଜ୍ୟ ମନୋରଞ୍ଜନ ରାଜନୀତି ରାଜ୍ୟ ସାହିତ୍ୟ

ସୁରଟ୍‌ରୁ ଫେରୁଥିବା ବସ୍‌ କଳିଙ୍ଗା ଘାଟୀର ଅନ୍ଧାରକୋଟ ନିକଟରେ ଦୁର୍ଘଟଣା ଗ୍ରସ୍ତ

ବୌଦ୍ଧ / ଏରନ୍ ନିୟୁଜ / ୦୨-୦୫ କଳିଙ୍ଗା ଘାଟୀର ଅନ୍ଧାରକୋଟ ନିକଟରେ ସୁରଟ୍‌ରୁ ଫେରୁଥିବା ବସ୍‌ ଦୁର୍ଘଟଣା ଘଟିଛି । ପ୍ରବାସୀ ଓଡ଼ିଆଙ୍କୁ ନେଇ ସୁରଟ୍‌ରୁ ଫେରୁଥିବା ବସ୍‌ କନ୍ଧମାଳ କଳିଙ୍ଗା ଘାଟୀରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି ଦୁର୍ଘଟଣା ଗ୍ରସ୍ତ ବସ୍‌ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ । ଏଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।

ବସ୍‌ରେ ଥିବା ଲୋକମାନେ ସମସ୍ତେ ଗଞ୍ଜାମ ଜିଲ୍ଲାର ଏବଂ ବସ୍‌ଟି ସୁରଟ୍‌ରୁ ଗଞ୍ଜାମ ଜିଲ୍ଲାକୁ ଫେରୁଥିଲା । କଳିଙ୍ଗା ଘାଟୀର ଅନ୍ଧାରକୋଟ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ, ପୋଲିସ୍‌ ଉଦ୍ଧାର କାର୍ଯ୍ୟ କରୁଛି । ଅଧିକାଂଶ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ପୋଲିସ୍‌ ସୂତ୍ରରୁ ଜଣାପଡ଼ିଛି ।

Related posts

ବୌଦ୍ଧ ଜିଲ୍ଲା ଧଳପୁର-ଆଠମଲ୍ଲିକ ନିର୍ମାଣାଧୀନ ସେତୁ ଉପରୁ ଖସି ଶ୍ରମିକ ମୃତ, ସେଫ୍ଟି ସାମଗ୍ରୀ ଦିଆଯାଉନାହିଁ

Aren News

କରୋନା ଝଡରେ ହଜିଗଲା ଜିଲାପାଳଙ୍କ ପ୍ରତିଶୃତି, ମୃତ୍ୟୁ ଆଡକୁ ମୁହାଁଉଛନ୍ତି କିଡନୀ ରୋଗୀ

Aren News

ବୌଦ୍ଧ : ଆର୍‌.ଏସ୍‌.ଏସ୍‌. ପକ୍ଷରୁ ଆୟୁର୍ବେଦିକ କାଢା ବଂଟନ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |