• Home
  • ଅପରାଧ
  • ନାବାଳିକା ବିବାହକୁ ରୋକିଲା ପୋଲିସ , ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ
ଅନ୍ୟାନ୍ୟ ଅପରାଧ ଖେଳ ଜୀବନଚର୍ଯ୍ୟା ଦେଶ- ବିଦେଶ ଫଟୋ ଗ୍ୟାଲେରି ବାଣିଜ୍ୟ ମନୋରଞ୍ଜନ ରାଜନୀତି ରାଜ୍ୟ ସାହିତ୍ୟ

ନାବାଳିକା ବିବାହକୁ ରୋକିଲା ପୋଲିସ , ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ

କରେନା ଭୁତାଣୁର ରକ୍ଷା ପାଇବା ପାଇଁ ସାରା ଦେଶ ଲକଡାଉନ ଥିବା ବେଳେ ଜଣେ ଗାଡି ମାଲିକ ଏକ ଜାଲ ଗାଡିପାଶ ପ୍ରସ୍ତୁତ କରି ବିବାହ କାର୍ଯ୍ୟରେ ଗାଡି ଭଡା ଦେଇଥିବା ବେଳେ ପୋଲିସ ହାତରେ ଗିରଫ ହେବା ସହ ଗାଡି ଜବତ କରାଯାଇଛି । ପୋଳିସ ତଦନ୍ତ କରୁଥିବା ବେଳେ ବିିବାହ କରିବାକୁ ଯାଉଥିବା କନ୍ୟା ଜଣକ ନାବାଳିକା ଥିବା ପୋଲିସ ଜାଣିପାରିଥିଲା । ପୋଲିସ ପକ୍ଷରୁ ନାବଳିକାକୁ ତାର ପରିବାରକୁ ଦେବା ସହ ଏକ ନାବାଳିକା ବିବାହକୁ ରୋକି ପାରିଥିଲା । ଜାଲ ପାଶଟି ବୌଦ୍ଦ ସହରର ରାମମନ୍ଦିର ଠାରେ ଥିବା ଜନସେବା କେନ୍ଦ୍ର ଠାରେ ପ୍ରସ୍ତୁତ କରାଯାଇଥିବା ନେଇ ଗାଡିର ମାଲିକ ବୌଦ୍ଦ ନାରାୟଣପୁର ଗ୍ରାମର ଅର୍ଜୁନ ପୃଷ୍ଟି କରିଥିବା ନେଇ ମାନିବା ପରେ ପୋଲିସ ଜନସେବା କେନ୍ଦ୍ରର ମାଲିକ ମୁରୁଷୁଣ୍ଡି ଗ୍ରାମର ଅରୁଣ କୁମାର ମହାପାତ୍ରଙ୍କୁ ମଧ୍ୟ ତଦନ୍ତ ପରିସରକୁ ଆଣିଥିଲା । ଏନେଇ ବୌଦ୍ଦ ପୋଲିସ ପକ୍ଷରୁ ଜାଲ ପାଶ ଓ କରୋନା କଟକଣା ନେଇ ଥାନା କେଶ ନଂ ୧୧୨/୨୦ରେ ଏକ ମାମଲା ରୁଜୁ କରି ଗାଡିର ମାଲିକ ଅର୍ଜୁନ ପୃଷ୍ଟି, ଜନଦେବା କେନ୍ଦ୍ରର ମାଲିକ ଅରୁଣ କୁମାର ମହାପାତ୍ର ଓ ଗାଡିର ଚାଳକ ପଳାସ ଗ୍ରାମର ଜିତେନ୍ଦ୍ର ଦ୍ୱାରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଗାଡିକୁ ଜବତ କରିଛି ।

Related posts

ଜୋର ଧରିଲା ରାଜନିତୀ : ବିଜେପିର ଚକାଜାମ ୧୩ରେ , କଂଗ୍ରେସର ଓଡିଶା ବନ୍ଦ ୧୫ରେ

Aren News

ବୌଦ୍ଧ  : କରୋନା ମୁକ୍ତ ଗ୍ରାମ ଗଠନ ନେଇ ସଚେତନତା କାର୍ଯ୍ୟକ୍ରମ

Aren News

ଆୟ ବହିର୍ଭୁତ ସମ୍ପତ୍ତି ଠୂଳ ମାମଲାରେ ପଂଚାୟତ ପି ଇ ଓ ଙ୍କ ଘରେ ଭିଜିଲ୍ଲାନ୍ସ ଚଢ଼ଉ

Aren News

ଏକ ମନ୍ତବ୍ୟ ଛାଡନ୍ତୁ |